Latest Odisha News

BREAKING NEWS

ଭାରତୀୟ ମହିଳା ହକି ଟିମର କ୍ରମାଗତ ଦ୍ୱିତୀୟ ପରାଜୟ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଆଜି ଦିନ ଭାରତ ପାଇଁ ସମ୍ପୂର୍ଣ୍ଣ ନୈରାଶ୍ୟଜନକ ରହିଥିଲା । ମହିଳା ହକିରେ ଭାରତର କ୍ରମାଗତ ଦ୍ୱିତୀୟ ପରାଜୟବରଣ କରିଛି । ଜର୍ମାନୀ ଶୃଙ୍ଖଳିତ ପ୍ରଦର୍ଶନ କରି ଭାରତକୁ ୨-୦ ଗୋଲରେ ପରାସ୍ତ କରିଛି । ଗୁରଜିତ କୌରଙ୍କ ପେନାଲ୍ଟି ମିସ୍ ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା ।

ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା୨-୦ରେ ଅଗ୍ରଣୀ ରହିବା ପରେ ଜର୍ମାନୀ ସମୟ ଅପଚୟ କରି ମ୍ୟାଚକୁ ହାତମୁଠାକୁ ନେଇଥିଲା । ନିକ ଲରେଞ୍ଜ ଓ ଆନା ସ୍କ୍ରୋଡର ବିଜୟୀ ଦଳ ପକ୍ଷରୁ ଗୋଲ ସ୍କୋର କରିଥିଲେ । ପୂର୍ବରୁ ପ୍ରଥମ ମୁକାବିଲାରେ ଭାରତ ୧-୫ ଗୋଲରେ ନେଦରଲାଣ୍ଡ ନିକଟରୁ ହାରିଥିଲା । ପରବର୍ତୀ ମୁକାବିଲାରେ ଚାମ୍ପିୟନ ଗ୍ରେଟବ୍ରିଟେନକୁ ଭାରତ ଭେଟିବ ।

Leave A Reply

Your email address will not be published.