Latest Odisha News

BREAKING NEWS

ଶକ୍ତିଶାଳୀ ସିଙ୍ଗାପୁରକୁ ହରାଇ ଇତିହାସ ରଚିଲା ଭାରତୀୟ ମହିଳା ରଗବୀ ଟିମ୍

ଭୁବନେଶ୍ୱର: ଭାରତୀୟ ମହିଳା ରଗବୀ ଦଳ ଏସିଆ ରଗବୀ ଚାମ୍ପିୟନିସିପର ଏକ ମ୍ୟାଚରେ ଟୁର୍ଣ୍ଣାମେଣ୍ଟର ଟପ ର‌୍ୟାଙ୍କ ସିଙ୍ଗାପୁର ମହିଳା ଦଳକୁ ପରାସ୍ତ କରିଛି । ଭାରତୀୟ ରଗବୀ ଦଳ ଲାଗି ଏହା ଏକ ବଡ଼ ସଫଳତା । ଭାରତୀୟ ଦଳ ସିଙ୍ଗାପୁର ଦଳକୁ ୨୧-୧୯ ପଏଣ୍ଟରେ ପରାସ୍ତ କରି କାଂସ୍ୟ ପଦକ ହାସଲ କରିପାରିଛି ।

ଏଠାରେ ସୂଚନାଯୋଗ୍ୟ, ଫିଲିପାଇନ୍ସର ମାନିଲାଠାରେ ଏସିଆ ମହିଳା ରଗବୀ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଥିବା ବେଳେ ଭାରତୀୟ ମହିଳା ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛି । ଏହି ମହିଳା ଦଳରେ ଓଡ଼ିଶାର ୭ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଭାରତୀୟ ଦଳର ଏହି ବିଜୟରେ ଓଡ଼ିଆ ଝିଅ ସୁମିତ୍ରା ନାୟକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ସୁମିତ୍ରାଙ୍କ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ ଯୋଗୁଁ ହିଁ ଭାରତୀୟ ଦଳ ଏହି କାଂସ୍ୟ ପଦକ ହାସଲ କରିପାରିଛି ।

ଭାରତୀୟ ଦଳର ଏହି ଐତିହାସିକ ସଫଳତା ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.