Latest Odisha News

ଏସିଆ କପ କ୍ରିକେଟରେ ଗୁରୁତ୍ୱପୂର୍ଣ୍ଣ ରହିବ ଅଲରାଉଣ୍ଡରଙ୍କ ଭୂମିକା

ନୂଆଦିଲ୍ଲୀ: ଏସିଆ କପ ୨୦୨୫ କ୍ରିକେଟ ଏଥର ଟି୨୦ ଫର୍ମାଟରେ ୟୁଏଇରେ ଖେଳାଯିବ । ଏଥିପାଇଁ ସମସ୍ତ ଟିମ ପ୍ରସ୍ତୁତ ରହିଛନ୍ତି । ୟୁଏଇ ପିଚ ଉଭୟ ବୋଲର ଓ ବ୍ୟାଟ୍ସମ୍ୟାନଙ୍କୁ ସୁହାଇଥାଏ । ଭାରତୀୟ ଟିମରେ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଶିବମ ଦୁବେ ଓ ଅଭିଷେକ ଶର୍ମାଙ୍କ ପରି ଅଲରାଉଣ୍ଡର ରହିଛନ୍ତି । ଯେଉଁମାନେ କି ଏକାକୀ ମ୍ୟାଚର ସ୍ଥିତି ବଦଳାଇବା ଦକ୍ଷତା ରଖିଛନ୍ତି । ଆସନ୍ତୁ ନଜର ପକାଇବା ଟି୨୦ରେ ଭାରତର ଏହି ଅଲରାଉଣ୍ଡରଙ୍କ ପ୍ରଦର୍ଶନ କିପରି ରହିଛି । ହାର୍ଦ୍ଦିକ ୧୧୪ ଆନ୍ତର୍ଜାତୀୟ ଟି୨୦ରେ ୮.୨୦ ଆଭରେଜରେ ୯୪ ୱିକେଟ ନେଇଛନ୍ତି । ସେହିପରି ୨୭.୮୭ ଆଭରେଜରେ ୧୮୧୨ ରନ କରିଛନ୍ତି । ଫିନିଶର ଭାବେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ତାଙ୍କ ପଛକୁ ଅକ୍ଷର ପଟେଲ ରହିଛନ୍ତି । ସେ ୭୧ ଟି୨୦ରେ ୭.୩୦ ଆଭରେଜରେ ୭୧ ୱିକେଟ ହାସଲ କରିଛନ୍ତି । ଏହା ବ୍ୟତୀତ ୧୮.୪୪ ଆଭରେଜରେ ୫୩୫ ରନ କରିଛନ୍ତି । ଶିବମ ଦୁବେ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିବା ସହ ମିଡିୟମ ପେସ ବୋଲିଂ ମଧ୍ୟ କରିଥାନ୍ତି । ଦୁବେ ୩୫ ମ୍ୟାଚରେ ୫୩୧ ରନ କରିଥିବା ବେଳେ ୯.୩୬ ଆଭରେଜରେ ୧୩ ୱିକେଟ ନେଇଛନ୍ତି । ଅଭିଷେକ ଶର୍ମା ଧୂଆଁଧାର ବ୍ୟାଟିଂ କରିବା ସହ ମ୍ୟାଚ ଉପଯୋଗୀ ପାର୍ଟ ଟାଇମ ସ୍ପିନ ବୋଲିଂ କରନ୍ତି । ସେ ୧୭ ମ୍ୟାଚରେ ୩୩.୪୩ ଆଭରେଜରେ ୫୩୫ ରନ କରିଛନ୍ତି । ସେହିପରି ୮.୦୫ ଇକୋନୋମୀରେ ୬ ୱିକେଟ ନେଇଛନ୍ତି ।

Comments are closed.