Latest Odisha News

BREAKING NEWS

ଖୁବଶୀଘ୍ର ଆରମ୍ଭ ହେବ ଇସ୍ରୋର ମିଶନ ମଙ୍ଗଳୟାନ-୨

ନୂଆଦିଲ୍ଲୀ: ଖୁବଶୀଘ୍ର ଆରମ୍ଭ ହେବ ଇସ୍ରୋର ମିଶନ ମଙ୍ଗଳୟାନ-୨। ଏହି ଅଭିଯାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ ହେଉଛି ଯେ, ଏଥିରେ ଏକ ରୋଭର ଓ ଅନ୍ୟ ଏକ ହେଲିକପ୍ଟରକୁ ସାମିଲ କରାଯିବ। ମଙ୍ଗଳ ଗ୍ରହରେ ରୋଭରର ନିର୍ଦ୍ଧାରିତ ଲାଣ୍ଡି ସୁପରସୋନିକ ପାରାଚ୍ୟୁଟ୍ ଓ ସ୍କାଇ କ୍ରେନ୍ ବ୍ୟବସ୍ଥାକୁ ଆପଣାଯିବ ।

ଏହି ଅଭିଯାନକୁ ସଫଳ କରିବା ଲାଗି ଲିଫ୍ଟ ଲଞ୍ଚ୍ ଭେଇକିଲ ମାର୍କ ଥିବା ଏଲଭିଏମ୍୩ ଯାନର ବ୍ୟବହାର କରାଯିବ।ଏହାକୁ ସ୍ୱତନ୍ତ୍ର ଭାବେ ମଙ୍ଗଳ ଅଭିଯାନ ଲାଗି ପ୍ରସ୍ତୁତ କରାଯାଇଛି ।ଏହି ଅଭିଯାନ ଲାଗି ଆହୁରି ଅନ୍ୟାନ୍ୟ ସ୍ୱତନ୍ତ୍ର ବୈଜ୍ଞାନକି ଭିତ୍ତିଭୂମି, ପଦ୍ଧତି, କୌଶଳ ସମ୍ପର୍କରେ ଇସ୍ରୋ ସୂଚନା ଦେଇଛି।

ଏହି ମିଶନ ମଙ୍ଗଳାୟନ ଦ୍ୱାରା ମହାକାଶ ଗବେଷଣା କ୍ଷେତ୍ରରେ ସାରା ପୃଥିବୀକୁ ଏକ ନୂଆ ଦିଶା ଦେଖାଇବାକୁ ଯାଉଛି ଭାରତ । ଯଦି ଏହି ଅଭିଯାନ ସଫଳ ହୁଏ ତେବେ ଆମେରିକା ଓ ଚୀନ ପରେ ମଙ୍ଗଳକୁ ରୋଭର ପଠାଇବାରେ ଭାରତ ବିଶ୍ୱର ତୃତୀୟ ଦେଶ ହେବ।

 

Comments are closed.