Latest Odisha News

BREAKING NEWS

ଦେଶରେ ୩୫ ଲକ୍ଷ ଟପିଲା କରୋନା କେସ୍, ୨୪ ଘଣ୍ଟାରେ ରେକର୍ଡ ୭୮ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ରେକର୍ଡ ଭାଙ୍ଗୁଛି କରୋନା । ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୭୮ ହଜାର ପାର । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭୮ ହଜାର ୭୬୧ ଭୂତାଣୁ ସଂକ୍ରମିତ । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୭୩୪କୁ ବୃଦ୍ଧି ପାଇଛି ।

ଚାରି ଦିନ ପରେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ହୋଇଛି । ଗତ ୨୪ ଘଣ୍ଟାରେ କରୋନା ନେଇଛି ଆଉ ୯୪୮ ଜୀବନ । ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୬୩ ହଜାର ୪୯୮ରେ ପହଞ୍ଚିଛି । ଗତ ଚାରି ଦିନ ହେବ ଦେଶରୁ ହଜାରେରୁ ଅଧିକ ଲୋକଙ୍କ ପ୍ରାଣ ନେଉଥିଲା ମାରାତ୍ମକ ଭାଇରସ୍ ।

ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ଅଧିକ ଲୋକ ସୁସ୍ଥ ବି ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଊ କଲେଣି ୨୭ ଲକ୍ଷ ୧୩ ହଜାର ୯୩୪ ଆକ୍ରାନ୍ତ । ସୁସ୍ଥତା ହାର ରହିଛି ୭୬.୬୦% । ଦେଶରେ ଆକ୍ଟିଭ୍ କେସ୍ ରହିଛି ୭ ଲକ୍ଷ ୬୫ ହଜାର ୩୦୨ ।

Leave A Reply

Your email address will not be published.