Latest Odisha News

BREAKING NEWS

୨୪ ଘଣ୍ଟାରେ ୨୮,୪୯୮ ନୂଆ ଆକ୍ରାନ୍ତଙ୍କ ସହ ଦେଶରେ ୯ ଲକ୍ଷ ଟପିଲା କରୋନା ମାମଲା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୮,୪୯୮ ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୩ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୦୬,୭୫୨ ଛୁଇଁଥିବାନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ।

ଏଯାବତ୍ କରୋନାରେ ସଂକ୍ରମିତ ହୋଇ ପ୍ରାୟ ୩,୧୧,୫୬୫ ଜଣ ବ୍ୟକ୍ତି ଚିକିତ୍ସିତ ହେଉଥିବା ବେଳେ ୨୩,୭୨୭ ଜଣ ପ୍ରାଣ ହରାଇଛନ୍ତି । ୫,୭୧,୪୬୦ ହଜାର ଜଣ ଚିକିତ୍ସିତ ରୋଗୀ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

ସେହିପରି ସଂକ୍ରମିତ ସଂଖ୍ୟାରେ ତୃତୀୟ ସ୍ଥାନରେ ପହଞ୍ଚିଛି ଭାରତ । ଭାରତ ଉପରକୁ ଦ୍ଵିତୀୟ ସ୍ଥାନରେ ରାହିଛି ବ୍ରାଜିଲ ଓ ପ୍ରଥମ ସ୍ଥାନରେ ରାହିଛି ଆମେରିକା ।

Leave A Reply

Your email address will not be published.