Latest Odisha News

ରେକର୍ଡ କରୁଛି କରୋନା: ଦେଶରୁ ଦିନକରେ ସାଢ଼େ ୩ଲକ୍ଷ ପଜିଟିଭ୍, ୨୭୬୭ ମୃତ

ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଉପରେ ରହିଛି । ଆଜି ଦୈନିକ ସଂକ୍ରମଣ ପାଖାପାଖି ସାଢ଼େ ୩ ଲକ୍ଷ ଛୁଇଁଛି । ୩ ହଜାର ମୁହାଁ ହେଲାଣି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୪୯ ହଜାର ୬୯୧ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୨୭ଶହ ୬୭ ଜୀବନ । ଗତ ଚାରି ଦିନ ଭିତରେ କେବଳ ଦେଶରୁ ୧୦ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଚାରି ଦିନରେ କରୋନାରେ ପ୍ରାଣ ହରାଇଲେଣି ୭ହଜାର ୫୦୦ ଆକ୍ରାନ୍ତ ।

ମହାରାଷ୍ଟ୍ର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଦିଲ୍ଲୀରେ ଦୈନକ ସଂକ୍ରମଣ ୨୦ହଜାର ଉପରେ । ଏସବୁ ରାଜ୍ୟରେ ମୃତ୍ୟୁସଂଖ୍ୟା ବି ବଢୁଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୭୬ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ଦିଲ୍ଲୀରେ ଏହି ସଂଖ୍ୟା ୩୫୭ । ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୨ହଜାର ୩୧୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରୁ ୨ଲକ୍ଷ ୧୭ହଜାର ୧୧୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ମୋଟ୍ ୨୬ଲକ୍ଷ ୮୨ହଜାର ୭୫୧ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.