Latest Odisha News

BREAKING NEWS

ଭାରତର ପ୍ରଥମ ସ୍ବଦେଶୀ AK-203 ଶେର…

ନୂଆଦିଲ୍ଲୀ: ଭାରତୀୟ ସେନାରେ ଖୁବ୍ ଶୀଘ୍ର ବହୁ ସଂଖ୍ୟକ AK-203 ‘ଶେର’ ଆସଲ୍ଟ ରାଇଫଲ୍ ସାମିଲ ହେବାକୁ ଯାଉଛି। ଆମେଥିର କୋରୱାରେ ଥିବା ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ଏହି ରାଇଫଲ୍ ସଫଳତାର ସହ ପରୀକ୍ଷଣ କରାଯାଇଛି। ଏହା ଦେଶର ପ୍ରଥମ ୧୦୦% ସ୍ୱଦେଶୀ ଆସଲ୍ଟ ରାଇଫଲ୍।

ଏନେଇ ଇଣ୍ଡୋ-ରୁସିଆନ୍ ରାଇଫଲ୍ସ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ମେଜର ଜେନେରାଲ ଏସ.କେ. ଶର୍ମା କହିଛନ୍ତି ଯେ ଏହି ରାଇଫଲ୍‌ରେ ବ୍ୟବହୃତ ପ୍ରତ୍ୟେକ ଉପାଦାନ ସ୍ୱଦେଶୀ। ବ୍ୟବହୃତ କଞ୍ଚାମାଲ ମଧ୍ୟ ଭାରତୀୟ ଶିଳ୍ପଗୁଡ଼ିକରୁ ଆସିଛି।

ଏହି ରାଇଫଲ୍‌ର ଫାୟାରିଂ ହାର ପ୍ରତି ମିନିଟ୍‌ରେ ୭୦୦ ରାଉଣ୍ଡ ଏବଂ ପ୍ରଭାବଶାଳୀ ପରିସର ୮୦୦ ମିଟର। ଏହି ଅସ୍ତ୍ର ଭାରତ ଏବଂ ଋଷିଆର ମିଳିତ ଉଦ୍ୟମ ଇଣ୍ଡୋ-ରୁସିଆନ୍ ରାଇଫଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିର୍ମିତ ହେଉଛି।

ଭାରତୀୟ ସେନା ପ୍ରାୟ ୬୦୦,୦୦୦ ରାଇଫଲ୍ ଯୋଗାଣ କରିବାକୁ ଯୋଜନା କରିଛି। ଏହି ଲକ୍ଷ୍ୟ ଗୋଟିଏ ବର୍ଷ ମଧ୍ୟରେ ହାସଲ ହେବା ନେଇ ଆଶା କରାଯାଉଛି। ଏହି ରାଇଫଲ୍‌ର ଏକ ସ୍ୱତନ୍ତ୍ର ସେଟ୍ ପ୍ରସ୍ତୁତ ପରେ ସେପ୍ଟେମ୍ବରରେ ଶେଷ ପରୀକ୍ଷଣ ପାଇଁ ସେନାକୁ ହସ୍ତାନ୍ତର କରାଯିବ।

 

Leave A Reply

Your email address will not be published.