Latest Odisha News

BREAKING NEWS

କରୋନା ପରେ କେରଳରୁ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ କେରଳର ବୋଲି ଜଣାପଡ଼ିଛି । କେରଳର କୋଲ୍ଲାମରୁ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ମାମଲା ଆସିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ପରେ କେନ୍ଦ୍ର ସରକାର ଏକ କେନ୍ଦ୍ରୀୟ ଟିମ୍ ଗଠନ କରିଛନ୍ତି । ଏହି ଟିମ୍ କେରଳ ସରକାରଙ୍କ ସହ ଯୋଗାଯୋଗରେ ରହିବ । କିଭଳି ବ୍ୟକ୍ତି ଜଣଙ୍କ ମଙ୍କିପକ୍ସ ଆକ୍ରାନ୍ତ ହେଲେ ତାର ତଦନ୍ତ କରିବ ।

ମଙ୍କିପକ୍ସ ଚିହ୍ନଟ ଆକ୍ରାନ୍ତ ଜଣଙ୍କ ନିକଟରେ ୟୁଏଇରୁ ଫେରିଥିଲେ । ଜୁଲାଇ ୧୨ ତାରିଖରେ ସେ କେରଳରେ ପହଞ୍ଚିଥିଲେ । ତ୍ରିବେନ୍ଦ୍ରମ ବିମାନବନ୍ଦରରେ ଓହ୍ଲାଇବା ପରେ ଡବ୍ଲୁଏଚଓ ଓ ଆଇସିଏମ୍ଆର ଗାଇଡଲାଇନ୍ ଅନୁସାରେ ସମସ୍ତ ବ୍ୟବସ୍ଥା କରାଯାଇଥିବା କହିଛନ୍ତି କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ, ୨୦୨୦ ଜାନୁଆରୀ ୨୯ରେ କେରଳରୁ ଦେଶର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କେରଳର ଥ୍ରିଶୁର ଜିଲ୍ଲାରୁ ଦେଶର ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେ ଉହାନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ବେଳେ ଭାରତ ଫେରିବା ପରେ କୋଭିଡ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.