ଭୁବନେଶ୍ଵର: “ପଢ଼ିବା ଅର୍ଥାତ ମୁକ୍ତ ଆକାଶରେ ଉଡ଼ିବା” । ବହି ପଢ଼ିବାର ଶକ୍ତିକୁ ଦର୍ଶେଇବା ଏବଂ ପଢ଼ିବା ଅଭ୍ୟାସକୁ ପ୍ରୋତ୍ସାହିତ କରିବା ବିଷୟରେ ଆମକୁ ବୁଝାଏ ଭୁବନେଶ୍ୱର ବିମାନ ବନ୍ଦରରେ ଏକ ବହି ଥାକରେ ଥିବା ଏହି ଛୋଟ ଏବଂ ଶକ୍ତିଶାଳୀ ଧାଡ଼ି । ବକୁଳ ଫାଉଣ୍ଡେସନ ଏବଂ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଏକ ସମ୍ମିଳିତ ପଦକ୍ଷେପରେ ଭୁବନେଶ୍ଵର ବିମାନ ବନ୍ଦରରେ ଏକା ପାଠାଗାର ନିର୍ମାଣ କରାଯାଇଛି । ଯାହାର ନାମ ହେଉଛି “ଫ୍ଲାଏବ୍ରାରୀ”।
ଯାତ୍ରୀମାନେ ଭୁବନେଶ୍ୱର ବିମାନ ବନ୍ଦରର ପ୍ରସ୍ଥାନ ଗେଟ ପାଖରେ ଥିବା ଏହି ବହିଥାକରୁ ବହି ନେଇ ଦେଖିପାରିବେ ଏବଂ ଯଦି ସେମାନେ ପୁସ୍ତକଟିକୁ ପସନ୍ଦ କରନ୍ତି କିମ୍ବା ଏହାକୁ ପଢ଼ିବାକୁ ଚାହାଁନ୍ତି ତେବେ ଏହାକୁ ନିଜ ସହିତ ନେଇପାରିବେ ମଧ୍ୟ । ଏହାପରେ ସେମାନେ ଯେତେବେଳେ ବିମାନବନ୍ଦରକୁ ଫେରିବେ ସେତେବେଳେ ଆଗମନ ଗେଟ ପାଖରେ ଥିବା ବହିଥାକରେ ତାକୁ ଫେରାଇପାରିବେ। ଏହିଠାରେ ଯାତ୍ରୀମାନେ ବିନା କୌଣସି ଦେୟରେ ମାଗଣାରେ ବହି ପଢ଼ିବା ପାଇଁ ନେଇପାରିବେ।
ବର୍ତ୍ତମାନ ଭାରତରେ କିଛିଟା ବିମାନ ବନ୍ଦରରେ ପାଠାଗାର ସ୍ଥାପନ ହେଇଛି । ଯେପରିକି ବାରାଣସୀ, ପୁନେ ଏବଂ ବାଙ୍ଗାଲୋର । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ପୁସ୍ତକ ନେବାକୁ ଅନୁମତି ଦିଅନ୍ତି ନାହିଁ । ପ୍ରସ୍ଥାନ ଏବଂ ଆଗମନରେ ଗୋଟିଏ ଗୋଟିଏ ଲେଖାଏଁ ଦୁଇଟି ବହି ଥାକ ରହିଛି । ଜଣେ ନିଜ ପସନ୍ଦର ପୁସ୍ତକ ନେଇ ପାରିବ, ପଢ଼ିପାରିବ ଏବଂ ସେଠାକାର ବହି ଥାକରେ ପୁନଃଫେରାଇ ଦେଇପାରିବ । କିମ୍ବା ଏହି ପୁସ୍ତକକୁ ନେଇ ମଧ୍ୟପାରିବେ ।
ଭୁବନେଶ୍ୱର ବିମାନ ବନ୍ଦରର ଏହି “ଫ୍ଲାଇବ୍ରାରୀ ସେଲଭ୍ସ” ରେ ଜଣେ ପୁସ୍ତକ ଗୁଡ଼ିକୁ ଫେରାଇ ଦେଇପାରିବ ଅଥବା “ବକୁଲ ଫାଉଣ୍ଡେସନ” କୁ ପଠାଇ ପାରିବେ। ଏହି “ଫ୍ଲାଏବ୍ରାରୀ” ପାଇଁ କିମ୍ବା ଓଡ଼ିଶା ବ୍ୟାପି ପାଠାଗାର ଆନ୍ଦୋଳନ ପାଇଁ ଲୋକେ ଭୁବନେଶ୍ୱରସ୍ଥିତ ବକୁଳ ଫାଉଣ୍ଡେସନକୁ ନିଜର ପୁରୁଣା ବହି ମଧ୍ୟ ଦେଇପାରିବେ।
Comments are closed.