Latest Odisha News

ଭାରତରେ ଓମିକ୍ରନ ଆତଙ୍କ, କର୍ଣ୍ଣାଟକରୁ ୨ ଆକ୍ରାନ୍ତ ଚିହ୍ନଟ

ଦିଲ୍ଲୀ: ବିଶ୍ୱରେ ଅନେକ ଦେଶରେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’କୁ ନିଜର କାୟା ବିସ୍ତାର କରୁଥିବା ବେଳେ ଆସିଛି ବଡ଼ ଖବର । ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଆକ୍ରାନ୍ତ ୨ ଜଣ ପୁରୁଷ।ସେମାନଙ୍କ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ ହୋଇଥିବା ଜଣାପଡିଛି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି ।

ଉଭୟଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା ଜାରି ରଖାଯାଇଛି ବୋଲି ଲବ୍ ଅଗ୍ରୱାଲ କହିଛନ୍ତି । ଏପର୍ୟ୍ୟନ୍ତ ୨୯ ଦେଶରେ ୩୭୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଜନଗହଳିପୁର୍ଣ୍ଣ ଅଞ୍ଚଳକୁ ନଯିବାକୁ ବିଶେଷଜ୍ଞଙ୍କ ପରାମର୍ଶ ରହିଛି। କୋଭିଡ ଟୀକା ନେବାକୁ ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।

Leave A Reply

Your email address will not be published.