ନୂଆଦିଲ୍ଲୀ : କେରଳ କୋଚିରେ ଚାଲିବ ଦେଶର ପ୍ରଥମ ୱାଟର ମେଟ୍ରୋ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଲୋକାର୍ପଣ କରିବେ। ମେଟ୍ରୋ ଟ୍ରେନ୍ ଭଳି ଯାତ୍ରୀ ଏହି ବୋଟ୍ ରେ ବସି ବାହାର ପ୍ରାକୃତିକ ଦୃଶ୍ୟର ମଜା ମଧ୍ୟ ନେଇ ପାରିବେ। ପାଣି ଉପରେ ମେଟ୍ରୋ ପରିଚାଳନାର କଳ୍ପନା କରିଥିଲେ କେନ୍ଦ୍ର ସରକାର । ଯାହା ଆଜି ସଫଳ ହୋଇଛି ।
ଏହି ୱାଟର ମେଟ୍ରୋ ପାଇଁ ଖର୍ଚ୍ଚ ହୋଇଛି ୧୧୩୬ କୋଟିରୁ ଅଧିକ ଟଙ୍କା । ଏହି ଓ୍ୱାଟର ମେଟ୍ରୋରେ ରହିଛି ସ୍ୱତନ୍ତ୍ର ଫିଚର୍ସ । ଏହି ମେଟ୍ରୋ ଏକ ପ୍ରକାର ଇଲେକ୍ଟ୍ରିକ୍ ବୋଟ୍ । ଯାହା ଦେଖିବାକୁ ସମ୍ପୂର୍ଣ୍ଣ ଜାହାଜ ଭଳି । ଏଥିସହ ଯାତ୍ରୀଙ୍କ ବସିବା ପାଇଁ ମେଟ୍ରୋ ଟ୍ରେନ୍ ଭଳି ବ୍ୟବସ୍ଥା ହୋଇଛି । ଏହି ପ୍ରୋଜେକ୍ଟର ଲାଭ କେବଳ କୋଚିର ବାସିନ୍ଦାଙ୍କୁ ମିଳିବ ତାହା ନୁହେଁ । ଏଠାକୁ ଆସୁଥିବା ହଜାର ହଜାର ପର୍ଯ୍ୟଟକ ମଧ୍ୟ ଏହି ୱାଟର ମେଟ୍ରୋ ଯାତ୍ରାର ମଜା ନେଇ ପାରିବେ ।
Comments are closed.