Latest Odisha News

BREAKING NEWS

ଜି-୨୦ ଜନ ଭାଗିଦାରୀ: ସୋଆରେ ମିନି ମାରାଥନ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶାରେ ଭାରତର ଜି-୨୦ ଅଧ୍ୟକ୍ଷତା ପରିପ୍ରେକ୍ଷୀରେ ଆୟୋଜିତ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଭିତିରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ରବିବାର ଦିନ ଏକ ମିନି ମାରାଥନ ଆୟୋଜିତ ହୋଇଯାଇଛି । ସୋଆରେ ବିଭିନ୍ନ ଅନୁଷ୍ଠାନର ଶହ ଶହ ଛାତ୍ରଛାତ୍ରୀ ଏହି ମାରାଥନରେ ଦୌଡି ଥିଲେ ।

ସୋଆ କ୍ୟାମ୍ପସ ୨ ସମ୍ମୁଖରୁ ଆରମ୍ଭ ହୋଇଥିବା ଏହି ମାରାଥନକୁ କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ଶୁଭାରମ୍ଭ କରିଥିଲେ ।
କ୍ୟାମ୍ପସ ୨ ଠାରୁ କଳିଙ୍ଗ ଷ୍ଟୁଡିଓ ଛକ ପର୍ଯ୍ୟନ୍ତ ଏହି ମାରାଥନ ହୋଇଥିଲା ।

ଏହି ମାରାଥନରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ୟୁନିଭର୍ସିଟି ଆଉଟରିଚ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଓ ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନିତା ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.