ନୂଆଦିଲ୍ଲୀ: ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଦିଲ୍ଲୀ, ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପପୁଲେସନ୍ ସାଇନ୍ସେସ୍, ମୁମ୍ବାଇ, ୟୁକେ ଏବଂ ଆୟର୍ଲାଣ୍ଡର ଗବେଷକମାନେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ-୫ ଏବଂ ରିମୋଟ୍ ସେନ୍ସିଂ ତଥ୍ୟ ୨୦୧୯-୨୧ ଅଧ୍ୟୟନ କରିଛନ୍ତି। ଯେଉଁଥିରେ ଗର୍ଭାବସ୍ଥାରେ ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସି ପ୍ରସବ ଉପରେ ଏହାର ପ୍ରଭାବକୁ ବିଶ୍ଳେଷଣ କରି ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି।
ତେବେ ଏହା ପ୍ରଭାବରେ ଭାରତରେ ପ୍ରତି ବର୍ଷ ପ୍ରାୟ ୧୩ ପ୍ରତିଶତ ଶିଶୁ ସମୟ ପୂର୍ବରୁ ଜନ୍ମ ହେଉଥିବା ବେଳେ ୧୭ ପ୍ରତିଶତ ଶିଶୁ କମ୍ ଓଜନ ହୋଇ ଜନ୍ମ ଗ୍ରହଣ କରିଥାନ୍ତି।
ଗର୍ଭାବସ୍ଥାରେ PM ୨.୫ (ସୂକ୍ଷ୍ମ କଣିକା ପ୍ରଦୂଷଣ) ର ସଂସ୍ପର୍ଶରେ ଅଧିକ ଆସିବ ଦ୍ଵାରା ଦୁର୍ବଳ ଶିଶୁ ଜନ୍ମ ହେବାର ଆଶଙ୍କା ୪୦ ପ୍ରତିଶତ ବଢ଼ିଯାଉଥିବା ବେଳେ ଅସମୟରେ ପ୍ରସବ ଆଶଙ୍କା ୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ। ତେବେ ଭାରତର ଉତ୍ତର ଜିଲ୍ଲାଗୁଡ଼ିକରେ ରହୁଥିବା ପିଲାମାନେ ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣରେ ଅଧିକ ପ୍ରଭାବିତ ହେଉଥିବା ନେଇ ଏକ ଅଧ୍ୟୟନରୁ ଜଣାପଡ଼ିଛି।
ତେବେ ହିମାଚଳ ପ୍ରଦେଶ (୩୯ପ୍ରତିଶତ), ଉତ୍ତରାଖଣ୍ଡ (୨୭ପ୍ରତିଶତ), ରାଜସ୍ଥାନ (୧୮ ପ୍ରତିଶତ) ଏବଂ ଦିଲ୍ଲୀ (୧୭ ପ୍ରତିଶତ) ଭଳି ଉତ୍ତର ରାଜ୍ୟଗୁଡ଼ିକରେ ଅସମୟରେ ଜନ୍ମ ହେଉଥିବା ଶିଶୁଙ୍କ ସଂଖ୍ୟା ଅଧିକ ଥିବା ରିପୋର୍ଟରୁ ଜଣାପଡ଼ିଛି। ଅପରପକ୍ଷରେ ମିଜୋରାମ, ମଣିପୁର ଏବଂ ତ୍ରିପୁରାରେ ଏହିପରି ମାମଲା ସବୁଠାରୁ କମ୍।
ସେହିପରି ପଞ୍ଜାବରେ ମଧ୍ୟ ଦୁର୍ବଳ ଅର୍ଥାତ୍ କାମ ଓଜନ ଥିବା ଶିଶୁ ଜନ୍ମ ହାର ସର୍ବାଧିକ ୨୨ ପ୍ରତିଶତ ଥିବା ଜଣାପଡ଼ିଛି। ଦିଲ୍ଲୀ, ଦାଦ୍ରା ଏବଂ ନଗର ହାବେଳୀ, ମଧ୍ୟ ପ୍ରଦେଶ, ହରିୟାଣା ଏବଂ ଉତ୍ତରପ୍ରଦେଶ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି।
Comments are closed.