Latest Odisha News

ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪: ପୁରୁଷ ବ୍ୟାଡମିଣ୍ଟନ ସେମିରେ ହାରିଲେ ଲକ୍ଷ୍ୟ ସେନ

ପ୍ୟାରିସ: ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ସିଙ୍ଗଲ୍ସରେ ସେମି ଫାଇନାଲରେ ପରାଜିତ ହେଲେ ଲକ୍ଷ୍ୟ ସେନ।

ସୂଚନା ଅନୁଯାୟୀ, ଡେନମାର୍କ ପ୍ରତିଦ୍ବିନ୍ଦୀ ଭିକ୍ଟର ଆକ୍ସେଲସେନଙ୍କ ଠାରୁ ୨୦-୨୨, ୨୧-୧୪ରେ ହାରିଯାଇଛନ୍ତି ଲକ୍ଷ୍ୟ।

ବ୍ରୋଞ୍ଜ ପଦକ ପାଇଁ ଭାଗ୍ୟ ପରୀକ୍ଷା କରିବେ ଲକ୍ଷ୍ୟ। ଏହି ଭାରତୀୟ ଖେଳାଳି ଲକ୍ଷ୍ୟ ସୋମବାର ଦିନ ବ୍ରୋଞ୍ଜ ପଦକ ପାଇଁ ମାଲେସିଆର ଲି ଜୀ ଜିଆଙ୍କୁ ଭେଟିବେ।

ପ୍ରଥମ ଗେମରେ ଲକ୍ଷ୍ୟଙ୍କ ପାଖରେ ତିନୋଟି ଗେମ୍ ପଏଣ୍ଟ ଥିଲା କିନ୍ତୁ କ୍ରମାଗତ ପାଞ୍ଚ ପଏଣ୍ଟ ହରାଇ ସେ ଗେମ୍ ହାରିଯାଇଥିଲେ। ଦ୍ୱିତୀୟ ଗେମରେ ମଧ୍ୟ ଲକ୍ଷ୍ୟ ୭-୦ ର ଏକ ମଜବୁତ ପଏଣ୍ଟ ବଜାୟ ରଖିଥିଲେ। କିନ୍ତୁ ଏହା ପରେ ଡେନମାର୍କ ଖେଳାଳି ମ୍ୟାଚ୍ ଜିତିବା ପାଇଁ ପରବର୍ତ୍ତୀ ୨୮ ପଏଣ୍ଟ ମଧ୍ୟରୁ ୨୧ଟି ଜିତିନେଇଥିଲେ। ଏଥିସହିତ ଅଲିମ୍ପିକ୍ସରେ କ୍ରମାଗତ ଭାବେ ତୃତୀୟ ପଦକ ହାତେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଅଲିମ୍ପିକ୍ସର ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ ଇଭେଣ୍ଟର ସେମିଫାଇନାଲରେ ପ୍ରବେଶ କରିବାରେ ଲକ୍ଷ୍ୟ ସେନ ହେଉଛନ୍ତି ପ୍ରଥମ ଭାରତୀୟ।

Comments are closed.