ଭୁବନେଶ୍ୱର: ଭାରତୀୟ ହସ୍ପିଟାଲ୍ ଚେନ୍ ଅପରେଟର ମଣିପାଲ ହସ୍ପିଟାଲ୍ ପକ୍ଷରୁ ବୁଧବାର କୁହାଯାଇଛି ଯେ ପୂର୍ବ ଭାରତରେ ନିଜର ଉପସ୍ଥିତି ବୃଦ୍ଧି କରିବା ଲକ୍ଷ୍ୟରେ ଆମ୍ରି ହସ୍ପିଟାଲର ୮୪% ଅଂଶଧନ କିଣିଛି।
କୋଲକାତାସ୍ଥିତ ଆମ୍ରି ହସ୍ପିଟାଲ୍ସର ମାଲିକାନା ଏଫଏମସିଜି-ଟୁ-ରିୟଲିଟି କମ୍ପାନି ଇମାମି ଗ୍ରୁପ୍ ପାଖରେ ରହିଛି ଏବଂ ଏଥିରେ ୧%ରୁ ଅଧିକ ଅଂଶ ରହିଛି। ୨୦୦ ଶଯ୍ୟା, ୮୦୦ରୁ ଅଧିକ ଡାକ୍ତର ଓ ୫ ହଜାରରୁ ଅଧିକ ସ୍ୱାସ୍ଥ୍ୟସେବା ପେସାଦାର କର୍ମଚାରୀ ନିୟୋଜିତ ହୋଇଛନ୍ତି।
ଇମାମି ଗ୍ରୁପ ନିର୍ଦ୍ଦେଶକ ଆଦିତ୍ୟ ଅଗ୍ରଓ୍ବାଲ ଏବଂ ମନୀଷ ଗୋଏଙ୍କା କହିଛନ୍ତି, ଆମର ମୁଖ୍ୟ ବ୍ୟବସାୟ ଉପରେ ଧ୍ୟାନ ଦେବା ପାଇଁ ଆମେ ଆମ୍ରି ହସ୍ପିଟାଲରୁ ଆମର ଅଧିକାଂଶ ଅଂଶଧନ ପ୍ରତ୍ୟାହାର କରିନେଇଛୁ। ଆମ୍ରିରେ ଇମାମିର ୧୫% ଅଂଶଧନ ରହିବ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ପାଖରେ ଏହାର ୧% ଅଂଶଧନ ରହିବ।
Comments are closed.