Latest Odisha News

୩୬ ବର୍ଷ ଅପେକ୍ଷା ପରେ ବି ଭାରତ ତୀରନ୍ଦାଜୀରେ ଜିତିପାରିଲା ନାହିଁ ପଦକ

ପ୍ୟାରିସ: ଅଲିମ୍ପିକ୍ସରେ ଭାରତ ୩୬ ବର୍ଷ ପରେ ବି ତୀରନ୍ଦାଜୀରେ ପଦକ ଜିତିବାରେ ସଫଳ ହୋଇପାରି ନାହିଁ । ଦୀପିକା କୁମାରୀ ଓ ଭଜନ ଓ କୌରଙ୍କ ଉପରେ ଶେଷ ଆଶା ଥିଲା । ମାତ୍ର ତାହା ଆଶାରେ ହିଁ ରହିଗଲା । ସେମାନେ ପଦକ ରାଉଣ୍ଡରେ ପଂହଚିବାରେ ସଫଳ ହୋଇପାରି ନ ଥିଲେ । ମହିଳା ବ୍ୟକ୍ତିଗତ ଇଭେଂଟର ପ୍ରି କ୍ୱାର୍ଟରରେ ଭଜନ ଇଣ୍ଡୋନେସିଆର ଡିୟାଣ୍ଡା ଚୋଇରୁନିସାଙ୍କ ନିକଟରୁ ଏବଂ ଦୀପିକା କ୍ୱାର୍ଟରରେ କୋରିଆର ନାମ ସୁ ହୋୟେନଙ୍କଠାରୁ ପରାଜିତ ହୋଇଥିଲେ । ଏଥିସହ ତୀରନ୍ଦାଜୀରେ ଭାରତର ଅଭିଯାନ ଶେଷ ହୋଇଯାଇଛି । ୧୯୮୮ରେ ତୀରନ୍ଦାଜୀକୁ ଅଲିମ୍ପିକ୍ସରେ ସାମିଲ କରାଯାଇଥିଲା । ସିଡନୀ ଗେମ୍ସ ୨୦୦୦ ବ୍ୟତୀତ ଭାରତ ଅନ୍ୟ ସମସ୍ତ ଗେମ୍ସରେ ଯୋଗ୍ୟତା ଅର୍ଜନ କରିଛି ।

୨୦୧୨ ଲଣ୍ଡନ ଗେମ୍ସରେ ପରେ ଏଥର ଭାରତର ସର୍ବାଧିକ ୬ଜଣ ପ୍ରତିଯୋଗୀ ପ୍ୟାରିସ ଗେମ୍ସରେ ଅଂଶଗ୍ରହଣ କରିଥିଲେ । ସେମାନେ ହେଲେ ଧୀରଜ ବୋମ୍ମାଦେୱରା, ତରୁଣଦୀପ ରାୟ, ପ୍ରବୀଣ ଯାଦବ, ଭଜନ କୌର, ଦୀପିକା କୁମାରୀ ଓ ଅଙ୍କିତ ଭକତ । ର‌୍ୟାଙ୍କିଙ୍ଗ ଆଧାରରେ ଏମାନେ ଯୋଗ୍ୟତା ହାସଲ କରିଥିଲେ । ତରୁଣଦୀପ ଓ ଦୀପିକାଙ୍କ ଏହା ୪ର୍ଥ ଅଲିମ୍ପିକ୍ସ ଥିଲା । ଟୋକିଓ ଗେମ୍ସ ତୁଳନାରେ ଏଥର ପ୍ରଦର୍ଶନ ସ୍ତରରେ ଉନ୍ନତି ଘଟିଛି । ମାତ୍ର ତାହା ପଦକ ହାସଲଠାରୁ ବହୁତ ଦୂରରେ ରହିଯାଇଛି । ଅଙ୍କିତା-ଧୀରଜ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରଚିଥିଲେ, ମାତ୍ର ପଦକ ଜିତି ନ ପାରିବା ଭାରତୀୟ କ୍ରୀଡାପ୍ରେମୀଙ୍କୁ ବ୍ୟଥୀତ କରିଛି ।

Comments are closed.