ନୂଆଦିଲ୍ଲୀ: ଭାରତର ଏକ ନମ୍ବର ଟେନିସ ଖେଳାଳି ସୁମିତ ନାଗଲଙ୍କ ଆର୍ଥୀକ ଅବସ୍ଥା ସମ୍ପୂର୍ଣ୍ଣ ଭାବେ ଖରାପ ହୋଇପଡିଛି । ଏଟିପି ଟୁର ଖେଳିବା ପାଇଁ ୧କୋଟି ଟଙ୍କାର ଯୋଗାଡ କରିବା ପରେ ଏବେ ତାଙ୍କ ପାଖରେ ମାତ୍ର ୮୦ ହଜାର ଟଙ୍କା ରହିଛି । ଅନ୍ୟର ସହଯୋଗ ବିନା ଆଗକୁ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏବେ ସୁମିତ ଏଟିପି ସିଙ୍ଗଲ୍ସ ର୍ୟାଙ୍କିଙ୍ଗରେ ୧୫୯ତମ ସ୍ଥାନରେ ରହିଛନ୍ତି । ଯାହାକି ବର୍ତମାନ ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ । ଅର୍ଥାଭାବ ଯୋଗୁ ସେ ଜର୍ମାନୀରେ ୩ ମାସ ହେବ ଅଭ୍ୟାସ କରିପାରୁ ନାହାନ୍ତି । ତାଙ୍କ ମିତ୍ର ସୋମଦେବ ଦେବବର୍ମନ ଓ କ୍ରିଷ୍ଟୋଫର ମାର୍କଇସ ଜାନୁୟାରୀରେ ଅର୍ଥ ସହଯୋଗ କରିଥିଲେ । ଟେନିସ ଫେଡେରେଶନରୁ କିଛି ଅର୍ଥ ମିଳୁଥିଲେ ମଧ୍ୟ ତାହା ମୋ ପାଇଁ ଯଥେଷ୍ଟ ହେଉ ନାହିଁ ।
ପ୍ରାୟୋଜକଙ୍କ ଅଭାବ ଯୋଗୁ ମୁଁ ଅସୁବିଧାରେ ପଡୁଛି ବୋଲି ସେ କହିଛନ୍ତି । ଭାରତ ପକ୍ଷରୁ ଗ୍ରାଣ୍ଡସ୍ଲାମ ପାଇଁ କ୍ୱାଲିଫାଇ କରିବା ସହ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲି । ଏହା ସତ୍ୱେ ସରକାର ମୋତେ ଟପ୍ସରେ ସାମିଲ କରି ନ ଥିଲେ । ଆଘାତ ସମସ୍ୟା ଯୋଗୁ ମୋ ର୍ୟାଙ୍କିଙ୍ଗରେ ଅବନ୍ନତି ଘଟିଥିଲା । ଏହା ପରଠାରୁ ମୋତେ ଆଉ କେହି ସହଯୋଗ କରିବାକୁ ଉଚିତ ମନେ କରି ନ ଥିଲେ । ଏଟିପି ଟୁରରେ ଭଲ ପ୍ରଦର୍ଶନ କରିବା ବ୍ୟତୀତ ମୋ ନିକଟରେ ଆଉ କିଛି ବିକଳ୍ପ ନାହିଁ । ଯଦି କୌଣସି ସହଯୋଗ ନ ମିଳିବ ତେବେ ଆଗକୁ ପରିବାର ଚଳାଇବା କଷ୍ଟକର ହେବ ବୋଲି ସୁମିତ କହିଛନ୍ତି ।
Comments are closed.