ନୂଆଦିଲ୍ଲୀ: ସ୍ବଦେଶୀ ‘ଜିପିଏସ୍’କୁ ‘ଇଣ୍ଟରନ୍ୟାସନାଲ୍ ମେରିଟାଇମ୍ ଅର୍ଗାନାଇଜେସନ୍’ (ଆଇଏମ୍ଓ) ପକ୍ଷରୁ ସ୍ବୀକୃତି ପ୍ରଦାନ କରାଯାଇଥିବା ନେଇ ମଙ୍ଗଳବାର ଦିନ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)।
‘ଆଇଏମ୍ଓ’ର (ଏମଏସସି-୧୦୨) ମେରିଟାଇମ୍ ସେଫ୍ଟି କମିଟିର୧୦୨ତମ ବୖେଠକରେ ଏହି ସ୍ବୀକୃତି ପ୍ରଦାନ କରାଯାଇଛି।
‘ଇସ୍ରୋ’ର ବୈଷୟିକ ସହାୟତାରେ ବନ୍ଦର ମନ୍ତ୍ରାଳୟ, ଡାଇରେକ୍ଟର ଜେନେରାଲ ଅଫ୍ ସିପିଂ (ଡିଜିଏସ୍), ସିପିଂ ଆଣ୍ଡ ୱାଟରୱେ’ ପକ୍ଷରୁ ଏହାକୁ ‘ଆଇଏମ୍ଓ’ରେ ଉପସ୍ଥାପନ କରାଯାଇଥିଲା।
ଏହି ‘ଜିଏସ୍ପି’ ‘ୱାର୍ଲଡ୍-ୱାଇଡ୍ ରେଡିଓ ନେଭିଗେସନ୍ ସିଷ୍ଟମ୍’ର (ଡବ୍ଲୁଡବ୍ଲୁଆର୍ଏନ୍ଏସ୍) ଉପକରଣ ଭାବେ ବ୍ୟବହୃତ ହେବ। ‘ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍’ ଥିବା ଦେଶ ମଧ୍ୟରେ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍ ଓ ଚୀନ୍ ରହିଥିବା ବେଳେ ଏବେ ଭାରତ ବିଶ୍ବର ଚତୁର୍ଥ ରାଷ୍ଟ୍ର ହୋଇପାରିଛି।
Comments are closed.