Latest Odisha News

BREAKING NEWS

୨୦୧୪ ପରେ ୨ ଗୁଣା ବଢିଛି ମୁଣ୍ଡପିଛା ଆୟ

ନୂଆଦିଲ୍ଲୀ: ଲୋକଙ୍କ ମୁଣ୍ଡପିଛା ଆୟ ବଢୁଛି । ୨୦୧୪ ପରେ ଏହା ଦ୍ୱିଗୁଣିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳରେ ଏହି ସଫଳତା ପରିଲକ୍ଷିତ ହୋଇଛି । ଏକ ତଥ୍ୟ ଅନୁଯାୟୀ, ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ମୁଣ୍ଡପିଛା ଆୟ ୮୬, ୬୪୭ ଟଙ୍କାରୁ ବୃଦ୍ଧି ପାଇ ୧, ୭୨, ୦୦୦ ଟଙ୍କା ହୋଇଛି । ୯ ବର୍ଷ ମଧ୍ୟରେ ସେଥିରେ ୯୯ ପ୍ରତିଶତ ବୃଦ୍ଧି ଘଟିଥିବା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଜାରି କରିଥିବା ରିପୋର୍ଟରେ ଆକଳନ କରାଯାଇଛି ।

୨୦୨୦ କୋଭିଡ ମହାମାରୀ ସମୟରେ ମୁଣ୍ଡପିଛା ଆୟ ହ୍ରାସ ପାଇଥିଲା । ଏହାପରେ ଆସ୍ତେ ଆସ୍ତେ ଏହା ବୃଦ୍ଧି ପାଇଥିଲା । ୨୦୨୧-୨୨ ଓ ୨୦୨୨-୨୩ରେ ସେଥିରେ କ୍ରମାଗତ  ବୃଦ୍ଧି ପରିଲକ୍ଷିତ ହୋଇଥିଲା । ଅବଶ୍ୟ ଅର୍ଥନୈତିକଙ୍କ କହିିବା ଅନୁଯାୟୀ, ମୁଦ୍ରାସ୍ପୀତି ହାରକୁ ବିଚାରକୁ ନେଲେ ଜିଡିପିରେ ହୋଇଥିବା ବୃଦ୍ଧି ଏତେ ଅଧିକ ନୁହେଁ । ଯାହା କିଛି ବୃଦ୍ଧି ଘଟିଛି ତାହାର ଲାଭ ଶୀର୍ଷ ସୋପାନରେ ଥିବା ୧୦ ପ୍ରତିଶତ ଲୋକଙ୍କ ପାଖରେ ହିଁ ରହିଛି ।

ସେହିପରି ଅର୍ଥନୈତିକ ଗବେଷଣା ସଂସ୍ଥା ଏନଆଇପିଏଫପିର  ପୂର୍ବତନ ନିର୍ଦ୍ଦେଶକ ପିନାକି ମିଶ୍ରଙ୍କ କହିବା ଅନୁଯାୟୀ, ବିଶ୍‌: ବିକାଶ ସୂଚୀ ଅନୁସାରେ  ୨୦୧୪-୧୯ରେ ଭାରତ ମୁଣ୍ଡପିଛା ଆୟରେ ବାର୍ଷିକ ବୃଦ୍ଧି ହାର ୫ରୁ ୬ ପ୍ରତିଶତ ଥିଲା ।

Leave A Reply

Your email address will not be published.