Latest Odisha News

BREAKING NEWS

ତୃତୀୟ ଟେଷ୍ଟ ପାଇଁ ଭାରତୀୟ ସ୍କାଡକୁ ଫେରିଲେ ରୋହିତ, ଡେବ୍ୟୁ କରିବେ ନଭଦୀପ ସାଇନି

ସିଡନୀ: ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ଟେଷ୍ଟ । ସିଡନୀ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ଘୋଷଣା କରିଛି ପ୍ଲେଇଂ ଇଲେଭେନ୍ । ଚୁଡ଼ାନ୍ତ ଏକାଦଶକୁ ଫେରିଲେ ରୋହିତ ଶର୍ମା । କ୍ୱାରେଣ୍ଟାଇନ ଅବଧି ସରିବା ପରେ ତାଙ୍କୁ ଦଳରେ ସାମିଲ କରାଯାଇଛି । ମୟଙ୍କ ଅଗ୍ରଓ୍ୱାଲଙ୍କ ସ୍ଥାନରେ ରୋହିତଙ୍କୁ ସୁଯୋଗ ମିଳିଛି ।
ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିବେ ସ୍ପିଡ ଷ୍ଟର ନଭଦୀପ ସାଇନି । ଉମେଶ ଯାଦବ ଆହତ ହୋଇ ଦଳରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ସାଇନିଙ୍କୁ ମିଳିଛି ସୁଯୋଗ । ଯଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜଙ୍କ ସହ ଦ୍ରୁତ ବୋଲିଂ ବାହିନୀ ସମ୍ଭାଳିବେ ନଭଦୀପ ସାଇନି ।

ଭାରତୀୟ ଦଳ: ଆଜିଙ୍କ୍ୟ ରାହାଣେ(ଅଧିନାୟକ), ରୋହିତ ଶର୍ମା(ଉପଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ରିଷଭ ପନ୍ଥ, ରବୀନ୍ଦ୍ର ଜାଡେଡା, ଆର୍. ଅଶ୍ୱିନ, ଯଶପ୍ରୀତ ବୁମରାହ, ମହମ୍ମଦ ସିରାଜ, ନଭଦୀପ ସାଇନି

Leave A Reply

Your email address will not be published.