ନୂଆଦିଲ୍ଲୀ : କ୍ରମାଗତ ତୃତୀୟ ଦିନ ପାଇଁ ଦେଶରେ ୯୦ହଜାରୁ ଅଧିକ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି।କରୋନା ଆରୋଗ୍ୟ ହାରରେ ଭାରତ ୮୦ % ପାର୍ କରିଛି । କ୍ରମାଗତ ଭାବରେ ଭାରତରେ ଆରୋଗ୍ୟଙ୍କ ହାର ବଢ଼ିବାରେ ଲାଗିଛି। ଲଗାତାର ତୃତୀୟ ଦିନ ପାଇଁ ଭାରତରେ ୯୦, ୦୦୦ ରୁ ଅଧିକ ଆରୋଗ୍ୟ ଚିହ୍ନଟ ହୋଇଥିବା ରିପୋର୍ଟ ପ୍ରକାଶ ।
ଗତ ୨୪ ଘଣ୍ଟା ମଧ୍ୟରେ ୯୩,୩୫୬ ଜଣ ରୋଗୀଙ୍କୁ ଡିସଚାର୍ଜ କରାଯାଇଛି। ୧୨ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଅରୋଗ୍ୟଙ୍କ ହାର ଜାତୀୟ ହାରଠାରୁ ମଧ୍ୟ ଅଧିକ ରହିଛି ।
କେବଳ ୧୦ ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ରହିଛି ୭୯% । ତେବେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୩,୯୬,୩୯୯ ଛୁଇଁଛି । ତେବେ ଆରୋଗ୍ୟଙ୍କ ହାରରେ ଅନ୍ୟ ଦେଶ ଗୁଡିକ ଅପେକ୍ଷା ଭାରତ ଶୀର୍ଷରେ ରହିଛି।
Comments are closed.