ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ବୀମା କମ୍ପାନୀ ଏଲଆଇସି ଆଇପିଓକୁ ନେଇ ଦୀର୍ଘ ଦିନ ଧରି ଜାରି ରହିଛି ଆଲୋଚନା । ତେବେ ଖୁବଶୀଘ୍ର ଏଲଆଇସିର ଏହି ଆଇପିଓ ଆସିବ । ବଜେଟ ଅଭିଭାଷଣରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଦର୍ଶାଉଛି ଯେ, ଚଳିତ ଆର୍ଥିକ ବର୍ଷରେ ଏଲଆଇସି ଆଇପିଓ ଆଣିବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତି ବଦ୍ଧ ଅଛନ୍ତି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ ଏଲଆଇସି ଆଇପିଓ ଖୁବଶୀଘ୍ର ଆଣିବାକୁ ଘୋଷଣା କରିବା ସହ ଚଳିତ ଆର୍ଥିକ ବର୍ଷରେ ସରକାର ଆହୁରି ଅନେକ ଆଇପିଓ ଆଣିବେ ବୋଲି କହିଛନ୍ତି । ଆଇପିଓକୁ ମାର୍ଚ୍ଚ ଶେଷ ସୁଦ୍ଧା କେନ୍ଦ୍ର ସରକାର ସେୟାର ମାର୍କେଟରେ ଲିଷ୍ଟ କରିବେ । ସରକାର ଏଳଆଇସି ଆଇପିଓରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଲଆଇସି ଆଇପିଓ ଦେଶର ସବୁଠାରୁ ବଡ ଆଇପିଓ ହେବ । ନିକଟରେ ପେଟିଏମ୍ ୧୮ ହଜାର ୩୦୦ କୋଟିର ଆଇପିଓ ଆଣିଥିଲା । ଯାହା ଭାରତ ଇତିହାସରେ ସବୁଠାରୁ ବଡ଼ ଆଇପିଓ ଥିଲା । ଏହା ପୂର୍ବରୁ କୋଲ୍ ଇଣ୍ଡିଆ ୧୫ ହଜାର କୋଟିର ଆଇପିଓ ଆଣିଥିଲା ।
Comments are closed.