Latest Odisha News

BREAKING NEWS

ଚିନ୍ତା ବଢାଇଲା ରିପୋର୍ଟ; ଦେଶରେ ଜନସଂଖ୍ୟା ବୃଦ୍ଧିଠାରୁ ଛାତ୍ର ଆତ୍ମହତ୍ୟା ହାର ଅଧିକ

ନୂଆଦିଲ୍ଲୀ: ଜନସଂଖ୍ୟା ବୃଦ୍ଧିଠାରୁ ଦେଶରେ ଛାତ୍ର ଆତ୍ମହତ୍ୟା ହାର ଅଧିକ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁ ରିପୋର୍ଟ ସମସ୍ତଙ୍କ ନିଦ ହଜାଇ ଦେଇଛି।

ଗତ ୨୦ବର୍ଷ ମଧ୍ୟରେ ଛାତ୍ର ଆତ୍ମହତ୍ୟା ମାମଲା ବାର୍ଷିକ ୪ ପ୍ରତିଶତ ହାରରେ ବୃଦ୍ଧି ପାଇଛି, ଯାହାକି ଜାତୀୟ ହାରର ଦୁଇଗୁଣ।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ର ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ର, ତାମିଲନାଡୁ ଏବଂ ମଧ୍ୟପ୍ରଦେଶରେ ଛାତ୍ରମାନେ ସର୍ବାଧିକ ଆତ୍ମହତ୍ୟା କରିଛନ୍ତି। ତେବେ ସୁଇସାଇଡ୍ ହବ୍ବା ବୋଲାଉ ଥିବା ରାଜସ୍ଥାନର କୋଟା ଏହି ରିପୋର୍ଟରେ ଦଶମ ସ୍ଥାନରେ ରହିଛି।

ବାର୍ଷିକ IC3 ସମ୍ମିଳନୀ ଏବଂ ଏକ୍ସପୋ ୨୦୨୪ରେ ବୁଧବାର ଦିନ ଏହି ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଆତ୍ମହତ୍ୟା ସଂଖ୍ୟା ପ୍ରତିବର୍ଷ ଦୁଇ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଛାତ୍ର ଆତ୍ମହତ୍ୟା ମାମଲା ଚାରି ପ୍ରତିଶତ ବୃଦ୍ଧି ପାଇଛି।

ତେବେ ୨୦୨୨ ମସିହାରେ ମୋଟ ଛାତ୍ର ଆତ୍ମହତ୍ୟା ମାମଲା ମଧ୍ୟରୁ ୫୩ ପ୍ରତିଶତ ପୁରୁଷ ଛାତ୍ର ଆତ୍ମହତ୍ୟା କରିଥିଲେ। ସେହିପରି ୨୦୨୧ରୁ ୨୦୨୨ ମଧ୍ୟରେ ପୁରୁଷ ଛାତ୍ରଙ୍କ ଆତ୍ମହତ୍ୟା ଛଅ ପ୍ରତିଶତ ହ୍ରାସ ପାଇଥିବାବେଳେ ମହିଳା ଛାତ୍ରଙ୍କ ଆତ୍ମହତ୍ୟା ସାତ ପ୍ରତିଶତ ବୃଦ୍ଧି ପାଇଛି।

Comments are closed.