ନାଗପୁର: ନାଗପୁରରୁ କୋଲକାତା ଯାଉଥିବା ବିମାନକୁ ଜରୁରୀକାଳୀନ ସ୍ଥିତି ଯୋଗୁ ନାଗପୁର ଫେରାଇ ଦିଆଯାଇଛି।
ଅଧିକାରୀଙ୍କ କହିବାନୁଯାୟୀ, ସକାଳେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନଟି ଏକ ପକ୍ଷୀ ସହିତ ଧକ୍କା ହେବା ପରେ ବିମାନକୁ ଫେରି ଆସିଥିଲା। ବିମାନରେ ପ୍ରାୟ ୧୬୦ରୁ ୧୬୫ ଜଣ ଯାତ୍ରୀ ଥିଲା ବେଳେ ଉଡ଼ାଣ ବାତିଲ କରାଯାଇଥିଲା।
ଜଣେ ବିମାନ ପ୍ରବକ୍ତା କହିଛନ୍ତି ଯେ ସେପ୍ଟେମ୍ବର ୨ ତାରିଖରେ ନାଗପୁରରୁ କୋଲକାତା ଯାଉଥିବା ଇଣ୍ଡିଗୋ ବିମାନ 6E 812 ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା। ସତର୍କତା ସ୍ୱରୂପ, ପାଇଲଟମାନେ ବିମାନକୁ ଏୟାରପୋର୍ଟ ଫେରାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିମାନଟି ନାଗପୁର ବିମାନବନ୍ଦରରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା।
ପରେ ବିମାନର ଜରୁରୀ ଯାଞ୍ଚ ଏବଂ ରକ୍ଷଣାବେକ୍ଷଣର ଆବଶ୍ୟକତା ହେତୁ ଉଡ଼ାଣ ବାତିଲ କରାଯାଇଛି। ଆମର ଗ୍ରାହକମାନଙ୍କର ଅସୁବିଧାକୁ କମ କରିବା ପାଇଁ, ଆମେ ସେମାନଙ୍କୁ ଜଳପାନ ପ୍ରଦାନ କରିଥିଲୁ। ବିକଳ୍ପ ବ୍ୟବସ୍ଥା ମଧ୍ୟ କରିବା ସହ ବାତିଲ ଉପରେ ପୂର୍ଣ୍ଣ ଫେରସ୍ତ କରିବାର ବିକଳ୍ପ ଦେଇଥିଲୁ ବୋଲି କର୍ତୁପକ୍ଷ ସୂଚନା ଦେଇଛନ୍ତି।
Comments are closed.