Latest Odisha News

BREAKING NEWS

ଭୁବନେଶ୍ୱରରୁ ଅହମ୍ମଦାବାଦ ଓ ହାଇଦ୍ରାବାଦ ଉଡ଼ିବ ବିମାନ, ସେପ୍ଟେମ୍ବର ୨ରୁ ଇଣ୍ଡିଗୋ ବିମାନସେବା ଆରମ୍ଭ

ଭୁବନେଶ୍ୱର : ଓଡ଼ିଶାରୁ ଗୁଜରାଟ ସିଧା ବିମାନ । ଭୁବନେଶ୍ୱରରୁ ଉଡ଼ିବ ବିମାନ ଅହମ୍ମଦାବାଦକୁ । ଆସନ୍ତା ସେପ୍ଟେମ୍ବର ୨ ତାରିଖରୁ ଏହି ଉଡ଼ାଣ ଆରମ୍ଭ କରିବ ଇଣ୍ଡିଗୋ । ସେହିପରି ହାଇଦ୍ରାବାଦ ଓ ଭୁବନେଶ୍ୱର ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ବିମାନ ଚଳାଚଳ ସୁବିଧା ଯାତ୍ରୀମାନଙ୍କ ଲାଗି କରାଯାଇଛି ।

ଇଣ୍ଡିଗୋ ପକ୍ଷରୁ ଏହି ରୁଟରେ ପ୍ରଥମଥର ଲାଗି ବିମାନ ସେବା ଆରମ୍ଭ ହୋଇଛି । ତେବେ ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ ବିମାନ ୬ଇ-୯୫୩ ସକାଳ ୮ଟା ୫୫ ମିନିଟ ସମୟରେ ଅହମ୍ମଦାବାଦରୁ ଭୁବନେଶ୍ୱର ଅଭିମୁଖେ ବାହାରି ଭୁବନେଶ୍ୱରରେ ଦିନ ୧୧ଟା ୨୦ ମିନିଟରେ ପହଞ୍ଚିବ ।

ସେହିପରି ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ୬ଇ- ୯୫୪ ପୂର୍ବାହ୍ନ ୧୧ଟା ୫୦ରେ ଅହମ୍ମଦାବାଦ ଅଭିମୁଖେ ଉଡ଼ାଣ କରି ସେଇଠି ଅପରାହ୍ନ ୨ଟା ୧୦ମିନିଟରେ ପହଞ୍ଚିବ ।

ସେହିପରି ଇଣ୍ଡିଗୋ ପକ୍ଷରୁ ହାଇଦ୍ରାବାଦ ଉଡ଼ାଣର ବ୍ୟବସ୍ଥା ମଧ୍ୟ ହୋଇଛି । ଭୁବନେଶ୍ୱରରୁ ଅନ୍ୟ ଏକ ବିମାନ ହାଇଦ୍ରାବାଦରୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରୁ ହାଇଦ୍ରାବାଦ ଉଡ଼ାଣ କରିବ । ଏହା ସେପ୍ଟେମ୍ବର ୧ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.