Latest Odisha News

BREAKING NEWS

ଇଣ୍ଡିଗୋର ବଡ ଘୋଷଣା; ଏଣିକି ମିଳିବ ୧୦ ହଜାର ଭାଉଚର୍, ଜାଣନ୍ତୁ କିଏ ପାଇବେ ସୁବିଧା

ନୂଆଦିଲ୍ଲୀ: ଭାରତର ଅନ୍ୟତମ ବିମାନ କମ୍ପାନୀ, ଇଣ୍ଡିଗୋ, ସମ୍ପ୍ରତି ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। ଶହ ଶହ ଉଡ଼ାଣ ବାତିଲ ଯୋଗୁଁ ଡିସେମ୍ବର ୩ ରୁ ୫ତାରିଖ ମଧ୍ୟରେ ଦେଶର ଅନେକ ବିମାନବନ୍ଦରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ହଜାର ହଜାର ଯାତ୍ରୀ ଘଣ୍ଟା ଘଣ୍ଟା ଧରି ବିମାନବନ୍ଦରରେ ଫସି ରହିଥିଲେ, ଅନେକଙ୍କ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା। ସୋସିଆଲ ମିଡିଆରେ ଇଣ୍ଡିଗୋ ବିରୋଧରେ ଆକ୍ରୋଶ ଦେଖାଯାଇଥିଲା। ଏବେ ବିମାନ କମ୍ପାନୀ ଏକ ବଡ଼ ପଦକ୍ଷେପ ନେଇଛି – “ଅତ୍ୟଧିକ ପ୍ରଭାବିତ” ଯାତ୍ରୀଙ୍କ କ୍ଷତିପୂରଣ ପାଇଁ ୧୦ ହଜାର ମୂଲ୍ୟର ଏକ ଯାତ୍ରା ଭାଉଚର ଘୋଷଣା କରିଛି। କିନ୍ତୁ ଇଣ୍ଡିଗୋ କେଉଁ ଯାତ୍ରୀଙ୍କୁ ଏହି କ୍ଷତିପୂରଣ ପ୍ରଦାନ କରିବ ଏବଂ “ଅତ୍ୟଧିକ ପ୍ରଭାବିତ”ର ଅର୍ଥ କ’ଣ?

ତେବେ ବିମାନ କମ୍ପାନୀ ଏଥିପାଇଁ କୌଣସି ସ୍ପଷ୍ଟ ମାନଦଣ୍ଡ ପ୍ରଦାନ କରିନାହିଁ, ଆହୁରି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ସମଗ୍ର ମାମଲା ଦେଶର ବିମାନ ଚଳାଚଳ କ୍ଷେତ୍ରରେ ଏକ ନୂତନ ବିବାଦ ଭାବରେ ଉଭା ହୋଇଛି।

ଏପଟେ ସୋସିଆଲ ମିଡ଼ିଆରେ ଏକ ବିବୃତ୍ତି ଜାରି କରି ଇଣ୍ଡିଗୋ କହିଛି ଯେ ଏହି କ୍ଷତିପୂରଣ ବର୍ତ୍ତମାନର ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଯେଉଁମାନଙ୍କର ଉଡ଼ାଣ ୨୪ ଘଣ୍ଟା ମଧ୍ୟରେ ବାତିଲ ହୋଇଥିଲା ସେମାନଙ୍କୁ ୫,୦୦୦ ରୁ ୧୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ଏବଂ ଏହି ଦିନ ମାନଙ୍କରେ ଅଧିକ ପ୍ରଭାବିତ ହୋଇଥିବା ଥିବା ଯାତ୍ରୀଙ୍କୁ କମ୍ପାନୀ ତରଫରୁ ୧୦ ହଜାର ଟଙ୍କା ଟ୍ରାଭେଲ୍ ଭାଉଚର ମଧ୍ୟ ପ୍ରଦାନ କରାଯିବ । ଯାହାର ଅବଧି ଏକ ବର୍ଷ ଯାଏ ରହିବ । ଆସନ୍ତା ୧୨ ମାସ ମଧ୍ୟରେ ଇଣ୍ଡିଗୋରେ କୌଣସି ଯାତ୍ରାରେ ଏହାକୁ ବ୍ୟବହାର କରାଯାଇପାରିବ।

Comments are closed.