Latest Odisha News

ନଭେମ୍ବର ୫ରୁ ଝାରସୁଗୁଡା ବିମାନ ବନ୍ଦରରୁ କୋଲକାତା ଓ ବାଙ୍ଗାଲୁରୁକୁ ଉଡ଼ିବ ଇଣ୍ଡିଗୋ

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡିବ ଇଣ୍ଡିଗୋ । ଦୈନିକ ଝାରସୁଗୁଡାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ । ନଭେମ୍ବର ୫ ତାରିଖରୁ  କୋଲକାତା ଓ ନଭେମ୍ବର ୧୫ ତାରିଖରୁ ବାଙ୍ଗାଲୁରୁକୁ ଉଡିବ ଇଣ୍ଡିଗୋ ।  ଝାରସୁଗୁଡା ଏୟାରପୋର୍ଟ ଅଥରିଟି ବିମାନ ଉଡାଣର ଏକ କାର୍ଯ୍ୟସୂଚୀ ସମ୍ପର୍କରେ ତାଙ୍କର ଅଫିସିଆଲ ଏକ୍ସ ହାଣ୍ଡେଲରେ ସେୟାର କରିଛନ୍ତି । ଏହା ଦ୍ୱାରା ଝାରସୁଗୁଡାକୁ ସିଧାସଳଖ ବେଙ୍ଗାଲୁରୁ ଓ କୋଲକାତା ସହ ଯୋଡି ହେବ   ଇଣ୍ଡିଗୋ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଗୁରୁବାରଠାରୁ ଆଗୁଆ ଟିକେଟ ବିକ୍ରି ଆରମ୍ଭ ହେବ।  ମିଳିଥିବା ସୂଚନା ଅନୁସାରେ, କୋଲକାତାରୁ ସନ୍ଧ୍ୟା ୫ଟା ୫୦ରେ ବିମାନ ବାହାରିବ ଏବଂ ସନ୍ଧ୍ୟା ୭ଟା ୨୫ ମିନିଟ୍ ରେ ଝାରସୁଗୁଡ଼ାରେ ପହଞ୍ଚିବ। ସେହିପରି  ଝାରସୁଗୁଡ଼ାରୁ ସନ୍ଧ୍ୟା ୭ଟା ୫୫ ମିନିଟ୍ ରେ ବାହାରି ରାତି ୯ଟା ୨୦ରେ କୋଲକାତାରେ ପହଞ୍ଚିବ।

ସେହିପରି ନଭେମ୍ବର ୧୫ ତାରିଖରେ ବେଙ୍ଗାଲୁରୁରୁ ସକାଳ ୧୦ଟା ୧୫ରେ ବିମାନ ବାହାରି ଦିନ ୧୨ଟା ୨୦ରେ ଝାରସୁଗୁଡ଼ାରେ ପହଞ୍ଚିବ ଓ ଏଠାରୁ ପୁଣି ଦିନ ୧୨ଟା ୫୦ରେ ବାହାରି ଦିନ ୨ଟା ୫୫ରେ ବେଙ୍ଗାଲୁରୁରେ ପହଞ୍ଚିବ।

Comments are closed.