Latest Odisha News

ମୁମ୍ବାଇ-ଦିଲ୍ଲୀ ଇଣ୍ଡିଗୋ ବିମାନକୁ ବୋମା ଧମକ 

ନୂଆଦିଲ୍ଲୀ: ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି। ଫ୍ଲାଇଟ୍ ନମ୍ବର 6E 762 ପ୍ରାୟ ୨୦୦ ଜଣ ଲୋକଙ୍କୁ ନେଇଯାଉଥିଲା।

ସୂଚନା ଅନୁଯାୟୀ, ଏହି ଧମକ ପରେ ଦିଲ୍ଲୀ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar24.com ରେ ଉପଲବ୍ଧ ସୂଚନା ଦର୍ଶାଉଛି ଯେ ଏୟାରବସ୍ A321 ନିଓ ବିମାନ ଦ୍ୱାରା ପରିଚାଳିତ ଫ୍ଲାଇଟ୍ ସକାଳ ୭:୫୩ ରେ ଅବତରଣ କରିଥିଲା।

ତେବେ ଏନେଇ ଇଣ୍ଡିଗୋ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଛି। “ସେପ୍ଟେମ୍ବର ୩୦, ୨୦୨୫ରେ ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ 6E 762 କୁ ବୋମା ଧମକ ମିଳିଥିଲା। ପ୍ରୋଟୋକଲ୍ ଅନୁସରଣ କରିବା ସହ ଆମେ ତୁରନ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲୁ। ତେବେ ବିମାନକୁ ପୁଣି ଉଡାଣ ଅନୁମତି ଦେବା ପୂର୍ବରୁ ଆବଶ୍ୟକ ସୁରକ୍ଷା ଯାଞ୍ଚ କରାଯାଉଛି।”

 

Comments are closed.