ବେଲଗ୍ରେଡ: ସର୍ବିୟାର ବେଲଗ୍ରେଡରେ ଅନୁଷ୍ଠିତ ବ୍ୟକ୍ତିଗତ ରେସଲିଂ ବିଶ୍ୱକପରେ ଭାରତର ଅଂଶୁ ମଲିକ ରୌପ୍ୟ ପଦକ ଜିତିଛନ୍ତି । ୫୭ କିଗ୍ରା କାଟାଗୋରିର ଫାଇନାଲରେ ଅଂଶୁ ମେସିଡୋନିୟାର ଅନାତାସିଆ ନିକିତାଙ୍କଠାରୁ ୫-୧ରେ ହାରି ଯାଇଥିଲେ । ୧୨ ଡିସେମ୍ବରରୁ ଆରମ୍ଭ କରାଯାଇଥିବା ଏହି ପ୍ରତିଯୋଗିତା ୧୮ ପର୍ଯ୍ୟନ୍ତ ଆୟୋଜିତ ହେବ ।
ଭାରତର ୮ ଜଣ ମହିଳା ଏଥିରେ ଅଂଶଗ୍ରହଣ କରିଥିଲେ । ୭ଜଣ ପଦକ ଦୌଡରୁ ପ୍ରଥମରୁ ବିଦା ହୋଇ ନିରାଶ କରିଛନ୍ତି । ସେହିପରି ପୁରୁଷ ବିଭାଗରେ ୧୭ଜଣ ରେସଲର ଅଂଶଗ୍ରହଣ କରିଛନ୍ତି ।
Comments are closed.