ନୂଆଦିଲ୍ଲୀ: ଚୀନର କୌଣସି ପଦକ୍ଷେପକୁ ଭାରତ ଖାତିର କରୁ ନାହିଁ । ଗୋଇନ୍ଦା ରିପୋର୍ଟରେ ଚୀନ ସେନା ଠୁଳ କରୁଥିବା ଜଣାପଡିବା ପରେ ଭାରତ ଏଲଏସିରେ ୩୫୦୦୦ ଅତିରିକ୍ତ ଯବାନ ନିୟୋଜିତ କରିବା ପାଇଁ ନିଷ୍ପତି ନେଇଛି । ଜୁନରେ ଗଲୱାନ ଘାଟି ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଛି । ବାରମ୍ବାର ଶାନ୍ତି ପ୍ରକ୍ରିୟା ପାଇଁ ବୈଠକ ହେଉଥିଲେ ମଧ୍ୟ ଚୀନ ତାର ଜିଦିରୁ ଓହରୁ ନାହିଁ ।
୩୪୮୮ କିଲୋମିଟର ଏଲଏସି ଉପରେ ସମ୍ପୂର୍ଣ୍ଣ ନଜର ରଖିବା ପାଇଁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି । ରାଫେଲ ବିମାନ ଭାରତୀୟ ସେନାରେ ଯୋଗ ଦେବା ପରେ ଚୀନ ଏବଂ ପାକିସ୍ତାନ ଚାପରେ ରହିଛନ୍ତି । ଚୀନର ଜେ-୨୦କୁ ତୁଳନାରେ ଭାରତର ରାଫେଲ ଆଗରେ ରହିଛି । ଚୀନ ଉତେଜିତ ହୋଇ କୌଣସି ପଦକ୍ଷେପ ନେବା ପୂର୍ବରୁ ଭାରତ ଆଟାକିଂ ଗେମ୍ ପ୍ଲାନ ଆପଣାଇଛି ।
Comments are closed.