Latest Odisha News

BREAKING NEWS

ବରଫ ଉପରେ ତ୍ରିରଙ୍ଗା ଉଡ଼ାଇଲେ ଆଇଟିବିପି ଯବାନ

ଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ସବୁଠି ଉଡ଼ୁଛି ତ୍ରିରଙ୍ଗା । ଛୋଟରୁ ବଡ଼ ସମସ୍ତଙ୍କ ମୁହଁରେ ଗୋଟିଏ ସ୍ୱର ଭାରତ ମାତା କି ଜୟ । ପଲ୍ଲୀରୁ ଦିଲ୍ଲୀ ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତର ଗାନ । ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଥିବା ବୀର ଯବାନମାନେ ବା କେମିତି ବାଦ ପଡ଼ିବେ । ବରଫ ଉପରେ ଉଡ଼ାଇଲେ ତ୍ରିରଙ୍ଗା । ଏହି ଚିତ୍ର ଆଜି ବଖାଣୁଛି ବୀର ଯବାନର ସାହାସ ଓ ଧୌର୍ଯ୍ୟ ।

୧୫ ହଜାର ଫୁଟ ଉପରେ ଯବାନଙ୍କ ପରେଡ଼ ଦେଖିବାକୁ ମିଳିଥିଲା । ଲଦାଖ ବର୍ଡ଼ରରେ ମାଇନଓ ୩୫ ଡ଼ିଗ୍ରୀ ତାପମାତ୍ରାରେ ଆଇଟିବିପିର ଯବାନମାନେ ତ୍ରିରଙ୍ଗା ଉଡ଼ାଇଛନ୍ତି । ହିମାଚଳ ପ୍ରଦେଶରେ ୧୬ହଜାର ଫୁଟ ଉପରେ ଆଇଟିବିପିର ଯବାନମାନେ ତ୍ରିରଙ୍ଗା ଉଡ଼ାଇଛନ୍ତି । ଉତ୍ତରାଖଣ୍ଡରେ ବି ଯବାନମାନେ ମାଇନସ୍ ୨୦ ଡ଼ିଗ୍ରୀ ତାପମାତ୍ରାରେ ୧୨ହଜାର ଫୁଟ ଉପରେ ତ୍ରିରଙ୍ଗା ଉଡ଼ାଇଛନ୍ତି । ବରଫ ଉପରେ ସ୍କେଟିଙ୍ଗ କରି ଉଡ଼ାଇଲେ ତ୍ରିରଙ୍ଗା ।

Comments are closed, but trackbacks and pingbacks are open.