Latest Odisha News

ପାମ ତେଲ ରପ୍ତାନୀ ଉପରେ କଟକଣା ଲଗାଇଲା ଇଣ୍ଡୋନେସିଆ, ବଢ଼ିଲା ଭାରତର ଚିନ୍ତା

ନୂଆଦିଲ୍ଲୀ: ପାମ ତେଲ ରପ୍ତାନୀ ଉପରେ ଇଣ୍ଡୋନେସିଆ କଟକଣା ଲଗାଇଛି । ତେବେ ଏହାର ପ୍ରଭାବରେ ଭାରତରେ ପାମ ଅଏଲର ଦାମ ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଦେଶରେ ପାମ ତେଲର ସଙ୍କଟ ଦେଖା ଦେଇଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋ କହିଛନ୍ତି । ଏହା ଦ୍ୱାରା ଦେଶବାସୀ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ସେ କହିଛନ୍ତି ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କମ୍ପାନୀମାନଙ୍କୁ ଆମଦାନୀ ରୋକିବା ଏବଂ ଦେଶରେ ଉତ୍ପାଦିତ ତୈଳବୀଜ କିଣିବାକୁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ଜାନୁୟାରୀ ୨୦୨୨ରେ ଇଣ୍ଡୋନେସିଆ ପାମ ତେଲ ରପ୍ତାନୀ ଉପରେ କଟକଣା ଲଗାଇଥିଲା । ଭାରତରେ ତେଲ ରେଟ ଏଥିଯୋଗୁ ବୃଦ୍ଧି ପାଇଥିଲା । ତେବେ ମାର୍ଚ୍ଚରେ ଅବଶ୍ୟ ଏହି କଟକଣା ଉଠା ଯାଇଥିଲା ।

Comments are closed.