ଜାକର୍ତ୍ତା:ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ଆଜି ଇଣ୍ଡୋନେସିଆର ଟରନେଟରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଥିବା ଜଣାଯାଇଛି । ଭୂକମ୍ପରେ କ’ଣ କ୍ଷୟକ୍ଷତି ହୋଇଛି ଏହାର ସ୍ପଷ୍ଟ ବିବରଣୀ ଜଣା ପଡିନାହିଁ । ତେବେ ଏହି ଖବର ଜଣାପଡିବା ପରେ ପ୍ରଶସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଇଛି ।
ଏହା ପୂର୍ବରୁ ଇଣ୍ଡୋନେସିଆରେ ଗତ ଏପ୍ରିଲରେ ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ଥିଲା । ଭୂକମ୍ପ ପରେ ଏଠାରେ ୨ ଘଣ୍ଟା ପାଇଁ ସୁନାମୀ ଚେତାବନୀ ଦିଆ ଯାଇଥିଲା ।
ସୂଚନାଥାଉ କି, ଗତ ୯ ତାରିଖରେ ମରକ୍କୋରେ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ରେକର୍ଡ ହୋଇଛି । ରାତି ପ୍ରାୟ ୧୧ଟା ସମୟରେ ଭୂମିକମ୍ପ ହୋଇଥିଲା । ଏଥିରେ ୨୦୦୦ରୁ ଅଧିକ ଲୋକଙ୍କର ଜୀବନ ଯାଇଥିବାବେଳେ ୨ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି ।
Comments are closed.