Latest Odisha News

BREAKING NEWS

କମାଲ କଲେ ଇଣ୍ଡୋନେସିଆର ବୋଲର, ଗୋଟିଏ ଓଭରରେ ନେଲେ ୫ ୱିକେଟ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଗେଡେ ପ୍ରିୟଦାନା ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ବୋଲର ଭାବେ ଗୋଟିଏ ଓଭରରେ ୫ଟି ୱିକେଟ ହାସଲ କରିଛନ୍ତି । କମ୍ବୋଡିଆ ଟିମ ବିପକ୍ଷରେ ସେ ଏହି ସଫଳତା ହାତେଇଛନ୍ତି । ୧୬୮ ରନର ଲକ୍ଷ୍ୟକୁ ପିଛା କରି କମ୍ବୋଡିଆ ୧୫ ଓଭରରେ ୫ ୱିକେଟ ବିନିମୟରେ ୧୦୬ ରନ କରିଥିଲା । ଗେଡେ ଏହା ପରେ ୧୬ତମ ଓଭର ବୋଲିଂ କରିଥିଲେ । ଏହି ଓଭରର ସେ ପ୍ରଥମ ୩ଟି ବଲରେ ଶାହ ଅବରାର ହୁସେନ, ନିର୍ମଳଜିତ ସିଂ ଓ ଚେଥୋଏନ ରଥାନକଙ୍କ ୱିକେଟ ନେଇଥିଲେ । ୪ର୍ଥ ବଲର କୌଣସି ରନ ଆସି ନ ଥିଲା । ୫ମ ଏବଂ ଷଷ୍ଠ ବଲରେ ସେ ମାଗଡୋରା ସେକ ଓ ପେଲ ବେନ୍ନାକଙ୍କ ୱିକେଟ ନେଇ ଇତିହାସ ରଚିଥିଲେ ।

ପୁରୁଷ କ୍ରିକେଟ ଇତିହାସରେ ଏ ଭଳି ଘଟଣା ଦୁଇ ଥର ଦେଖିବାକୁ ମିଳିଛି । ୨୦୧୩ ଭିକ୍ଟ୍ରି ଡେ ଟି୨୦ କପରେ ଅଲ ଅମୀନ ହୁସେନ ଓ ୨୦୧୯ ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ଅଭିମନ୍ୟୁ ମିଥୁନ ଏହି ସଫଳତା ହାସଲ କରିଥିଲେ । ଆନ୍ତର୍ଜାତୀୟ ଟି୨୦ରେ ପୂର୍ବରୁ ଲାସିଥ ମାଲିଙ୍ଗା ନ୍ୟୁଜିଲାଣ୍ଡ ବିପକ୍ଷରେ ଗୋଟିଏ ଓଭରରେ ୪ଟି ୱିକେଟ ନେଇଥିଲେ । କୌଣସି ବୋଲର ୫ ୱିକେଟ ସଫଳତା ପାଇ ନ ଥିଲେ । ଆସୋସିଏଟ ଦେଶ ପକ୍ଷରୁ ଏହା ମଧ୍ୟ ଏକ ବଡ ସଫଳତା ଭାବେ ବିବେଚନା କରାଯାଉଛି ।

Leave A Reply

Your email address will not be published.