ନୂଆଦିଲ୍ଲୀ: ଆଜିକାଲି ବାହାରେ ପ୍ରଦୂଷଣ ଏତେ ବଢ଼ିଯାଇଛି ଯେ ଅଧିକାଂଶ ଲୋକ ଭାବନ୍ତି, ଘର ଭିତରେ ରହିଲେ ନିଶ୍ଚୟ ନିରାପଦ ବାୟୁ ପାଇବେ। କିନ୍ତୁ ବାସ୍ତବ ଠିକ୍ ଉଲଟା! ବିଟ୍ସ ପିଲାନୀ, ଆଇଆଇଟି ଯୋଧପୁର ଓ ଏନଆଇଟି ୱାରଙ୍ଗଲର ବୈଜ୍ଞାନିକମାନେ ନିକଟରେ କରିଥିବା ଏକ ଗବେଷଣାରେ ଚକିତ କରିଦେଇଛନ୍ତି – ଘର ଭିତରର ବାୟୁ ପ୍ରାୟତଃ ବାହାରେ ଥିବା ବାୟୁଠାରୁ ୨ରୁ ୫ ଗୁଣ ଅଧିକ ପ୍ରଦୂଷିତ ହୋଇଥାଏ। ବିଶେଷ କରି ସହରାଞ୍ଚଳରେ, ଯେଉଁଠାରେ ଘର ଛୋଟ ଓ ବାୟୁ ଚଳନ (ଭେଣ୍ଟିଲେସନ୍) କମ୍ ଥାଏ, ଏହି ସ୍ଥିତି ଆହୁରି ଭୟଙ୍କର।
ଭାରତର ପ୍ରଥମ ଇଣ୍ଡୋର ଏୟାର କ୍ଵାଲିଟି (IAQ) ଇଣ୍ଡେକ୍ସ ପ୍ରସ୍ତୁତ
ଏହି ଗବେଷକ ଦଳ ଭାରତର ପ୍ରଥମ ଇଣ୍ଡୋର ଏୟାର କ୍ଵାଲିଟି ଇଣ୍ଡେକ୍ସ ତିଆରି କରିଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଘର ଭିତରେ ଥିବା ବିଷାକ୍ତ ପଦାର୍ଥ (PM2.5, PM10 ଆଦି) ର ସଠିକ୍ ମାତ୍ରା ଜାଣିବା ଏବଂ ସାଧାରଣ ଲୋକଙ୍କ ପାଇଁ ସହଜରେ ବୁଝାପଡ଼ି ଯାଏ।
ରୋଜଗାରର କାମରୁ ବଢ଼ୁଛି ବିଷାକ୍ତ ବାୟୁ
ଗବେଷଣାରେ ଜଣାପଡ଼ିଛି ଯେ:
• ରୋଷେଇ କରିବା (ବିଶେଷକରି ଚୁଲି ଓ ଗ୍ୟାସ୍ ଷ୍ଟୋଭ୍)
• ଝାଡ଼ୁ ପୋଛା ଲଗାଇବା
• ଅଳିଆ ନିଷ୍କାସନ ଓ ଦୀର୍ଘ ଦିନ ଧରି ଅଳିଆ ରଖିବା ଏହି ସାଧାରଣ କାମଗୁଡ଼ିକ ଘର ଭିତରେ ପ୍ରଦୂଷଣକୁ ବହୁଗୁଣିତ କରିଦିଏ। ଛୋଟ ଘର, ଖରାପ ଭେଣ୍ଟିଲେସନ୍ ଓ ଏଗଜଷ୍ଟ ଫ୍ୟାନ୍ ନଥିବା ଯୋଗୁ ଏହି ବିଷାକ୍ତ କଣିକା ଜମା ହୋଇ ବିପଦ ସୃଷ୍ଟି କରେ।
Comments are closed.