ନୂଆଦିଲ୍ଲୀ: ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ)ର ଶ୍ରମିକ ଓ କର୍ମଚାରୀଙ୍କ ମନୋବଳ ବଢ଼ାଇବା ତଥା ସେମାନଙ୍କର କଠିନ ପରିଶ୍ରମକୁ ସମ୍ମାନ ଜଣାଇ ଚଳିତ ଆର୍ଥିକ ବର୍ଷ ପାଇଁ ‘ପ୍ରଡକ୍ସନ ଗିଫ୍ଟ’ ବା ଉତ୍ପାଦନ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଶ୍ରୀ ଜି. କିଷାନ ରେଡ୍ଡୀଙ୍କୁ ଭେଟି ଅନୁରୋଧ କରିଛନ୍ତି ।
ଆର୍ଥିକ ବର୍ଷ ୨୦୨୪-୨୫ ରେ ନାଲକୋ ୭,୧୩୫ କୋଟି ଟଙ୍କାର ରେକର୍ଡ ଲାଭ (ପିବିଟି) ହାସଲ କରିଛି, ଯାହା କମ୍ପାନୀର ଦକ୍ଷତାକୁ ପ୍ରମାଣିତ କରୁଛି । ଏହି ସଫଳତା ପଛରେ କମ୍ପାନୀର ପ୍ରତ୍ୟେକ ଶ୍ରମିକ ଓ କର୍ମଚାରୀଙ୍କ ନିରନ୍ତର ପ୍ରୟାସ ଏବଂ ନିଷ୍ଠା ରହିଛି ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି । ନାଲକୋର ଭାରତୀୟ ମଜଦୁର୍ ସଂଘ(ବିଏମସି) ସମନ୍ୱୟ କମିଟିର ପ୍ରସ୍ତାବ ଆଧାରରେ ସମୁଦାୟ ଲାଭର କିଛି ଅଂଶକୁ ‘ପ୍ରଡକ୍ସନ ଗିଫ୍ଟ’ ଭାବେ କର୍ମଚାରୀଙ୍କୁ ପ୍ରଦାନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି ।
ପୂର୍ବରୁ ଆର୍ଥିକ ବର୍ଷ ୨୦୨୧-୨୨ରେ ମଧ୍ୟ ସମାନ ଭାବେ କର୍ମଚାରୀଙ୍କୁ ଏହି ସୁବିଧା ପ୍ରଦାନ କରାଯାଇଥିଲା, ଯାହା ଶ୍ରମିକମାନଙ୍କ ମଧ୍ୟରେ ଉତ୍ସାହ ଓ ଉନ୍ମାଦନା ସୃଷ୍ଟି କରିଥିଲା । ଏହି ପଦକ୍ଷେପ ଦ୍ବାରା କର୍ମଚାରୀମାନେ କାମ କରିବା ପାଇଁ ଅଧିକ ପ୍ରୋତ୍ସାହିତ ହେବେ । ସେମାନଙ୍କର ମନୋବଳ ବୃଦ୍ଧି ହେବ । ଫଳସ୍ବରୂପ ଆଗାମୀ ଦିନରେ କମ୍ପାନୀର ଉତ୍ପାଦନ କ୍ଷମତା ଓ ଲାଭ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକଟ କରିଛନ୍ତି । ଅନୁଷ୍ଠାନିକ ଉତ୍କର୍ଷତା ଏବଂ ଶ୍ରମିକ କଲ୍ୟାଣକୁ ଦୃଷ୍ଟିରେ ରଖ୍ ଏହି ପ୍ରସ୍ତାବ ଉପରେ ସହୃଦୟତାର ସହ ବିଚାର କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ଏହି ସାକ୍ଷାତ୍ ସମୟରେ ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ମୟୂରଭଞ୍ଜ ସାଂସଦ ଶ୍ରୀ ନବ ଚରଣ ମାଝି, ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ବିଏମଏସି ସମନ୍ବୟ କମିଟିର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।
BREAKING NEWS
- Lashkar-e-Taiba terrorist Muhammad Sarwar:ଲାହୋରରେ ଲସ୍କରର ଶୀର୍ଷ କମାଣ୍ଡରଙ୍କ ମୃତ୍ୟୁ; ଥିଲା ହାଫିଜ ସଇଦର ଘନିଷ୍ଠ ସହଯୋଗୀ
- ୫୪ ବର୍ଷରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଦେହାନ୍ତ
- ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?
- ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ ଘଟଣା: ୧୬ ଘଣ୍ଟା ଭିତରେ ୩ ଅଭିଯୁକ୍ତ ଗିରଫ
- ସୁଜାତା କାର୍ତ୍ତିକେୟନଙ୍କ ଡିପ୍ଫେକ୍ ଭିଡିଓକୁ ନେଇ ରାଜନୀତି ସରଗରମ; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
- ଆମ୍ବୁଲାନ୍ସ ଦୁର୍ଘଟଣାରେ ଆଈ ଓ ନାତୁଣୀ ମୃତ, ୨ ଜଣ ଗୁରୁତର
- ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର ୨ ଆହତ
- ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼: ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ମହାରାଷ୍ଟ୍ର ସରକାର; କାର୍ଯ୍ୟାନୁଷ୍ଠାନ ଦାବି କଲା AICWA
- ୧୭ରୁ ଅଧିକ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍କାଉଣ୍ଟର
- Weather Update: ଦଶହରାରେ ଖରାପ ହେବନି ପାଣିପାଗ, ବର୍ଷାରେ ଭିଜିପାରେ କୁମାର ପୂର୍ଣ୍ଣିମା

Comments are closed.