ଭୁବନେଶ୍ବର: ଦିନକୁ ଦିନ ବଢି ଚାଲିଛି ଜନସଂଖ୍ୟା । ମଣିଷ ତା’ର ସୁଖ ସୁବିଧା ପାଇଁ ଜଙ୍ଗଲ କାଟି ସୃଷ୍ଟି କରୁଛି କଂକ୍ରିଟ୍ ଜଙ୍ଗଲ । ଜଙ୍ଗଲ କ୍ଷୟ ହେବା ଫଳରେ ବାୟୁମଣ୍ଡଳରେ ବୃଦ୍ଧି ପାଇଛି କାର୍ବନ୍ ଡାଇ ଅକ୍ସାଇଡ୍ , ସି ଏଫ୍ ସି, ଟକ୍ସିନ୍ ପରି ଅନେକ ବିଷାକ୍ତ ଗ୍ୟାସ୍ ବୃଦ୍ଧି ପାଉଛି । ଯାହା ଦ୍ୱାରା ବିଭିନ୍ନ ପ୍ରକାର ଚର୍ମ ରୋଗ , ଶ୍ୱାସଜନିତ ରୋଗ ଓ କ୍ୟାନସର୍ ପରି ମାରାତ୍ମକ ରୋଗ ଦେଖାଗଲାଣି ।
ଏବେ ଯଦି ଆମେ ଆମ ପରିବେଶ ପ୍ରତି ସଚେତନ ନ ହେବା ନେଡି ଗୁଡ କହୁଣିକୁ ବହିଗଲା ପରି ପରସ୍ଥିତି ଭୟଙ୍କର ରୂପ ନେବ ।
କେବଳ ଘର ବାହାର ବାୟୁ ପ୍ରଦ୍ୟୁଷିତ ତାହା ନୁହେଁ ,ଆମର ଘର ଭିତର ବାୟୁରେ ଅକ୍ସିଜନ୍ ମାତ୍ରା କମ୍ ରହୁଛି । ଏହାକୁ ଏଡେଇବା ପାଇଁ ଘରେ ଇଣ୍ଡୋର ପ୍ଲାଣ୍ଟ ରୋପଣ କରିପାରିବା । ଯାହା ବାୟୁରେ ଉପଲବ୍ଧ କେମିକାଲ୍କୁ ବିଶୁଦ୍ଧ କରିବାରେ ସହାୟକ ହୋଇଥାଏ । ସେଇ ଇଣ୍ଡୋର ପ୍ଲାଣ୍ଟ ଗୁଡିକ ହେଲା ମନି ପ୍ଲାଣ୍ଟ୍, ଏଲୋବେରା ,ସ୍ନେକ୍ ପ୍ଲାଣ୍ଟ୍ ଆଦି ।
ନାସାର ଏକ ରିସର୍ଚ ଅନୁସାରେଏହି ପ୍ଳାଣ୍ଟ୍ ଗୁଡିକ ବେଞ୍ଜିନ୍, ଫ୍ରମାଲ୍ ଡିହାଇଡ୍ ପରି କ୍ୟାନସର୍ ସୃଷ୍ଟି କରୁଥିବା ରାସାୟନିକ ଗ୍ୟାସ୍କୁ ବିଷୁଦ୍ଧ କରୁଛି । ବୈଜ୍ଞାନିକଙ୍କ ମତ ଅନୁସାରେ ଜଣେ ମଣିଷକୁ ପ୍ରତି ଘଣ୍ଟାରେ ୫୦ଲିଟର ଅମ୍ଳଜାନ ଦରକାର । ଗୋଟିଏ ପତ୍ର ପ୍ରତି ଘଣ୍ଟାରେ ୫ମିଲିଲିଟର ତିଆରି କରେ । ଗୋଟିଏ ରୁମ୍ରେ ଜରୁରୀ ଅମ୍ଳଜାନ ସୃଷ୍ଟି କରିବା ପାଇଁ ୧୦ ହଜାର ପତ୍ରର ଆବଶ୍ୟକତା ରହିଛି ।
ଆସନ୍ତୁ ଜାଣିବା ସେପରି କିଛି ଇଣ୍ଡୋର ପ୍ଲାଣ୍ଟ୍ ବିଷୟରେ :-
ବୋଷ୍ଟନ୍ ର୍ଫନ୍ – ଏହି ଗଛ ବଢିବା ପାଇଁ ଏତେ ଯତ୍ନର ଆବଶ୍ୟକ ନଥାଏ । ସନ୍ତସନ୍ତିଆ ମାଟି ଓ କମ୍ କିରଣରେ ଏହା ଭଲ ବଢି ଥାଏ । ସେଥ୍ପାଇଁ ଏହାକୁ ଡାଇନିଙ୍ଗ୍ ରୁମ୍ , ବାଥରୁମ୍ ରେ ରୋପଣ କରି ପାରିବେ ।
ଏଲୋବେରା– ଏହାକୁ ଘିକୁଆଁରୀ ନାମରେ ଜାଣିଛୁ । ଏହା କମ୍ ପାଣିରେ ବଢି ଥାଏ । ବାୟୁକୁ ବିଶୋଧିତ କରିବା ସହ ବିଭିନ୍ନ ପ୍ରକାର ଔଷଧ ପ୍ରସ୍ତୁତରେ ସହାୟକ ହୋଇଥାଏ ।
ଏରେକା ପାମ୍– କାର୍ବନ୍ ଡାଇ ଅକ୍ସାଇଡ୍କୁ ଏହା ଅକ୍ସିଜେନ୍ରେ ପରିଣତ କରିଥାଏ । ଏହି ଗଛର ବୃଦ୍ଧି ନିମନ୍ତେ ଟିକେ ଯତ୍ନ ନେବାକୁ ପଡିଥାଏ । ଯେପରି ପ୍ରତିଦିନ ଏହାର ପତ୍ର ସଫା କରିବା ସହ ଗଛକୁ ୩/ ୪ ମାସରେ ଥରେ ଖରା ଦରକାର ପଡିଥାଏ । ଗଛ ମୂଳ ଓଦା ରହିବା ଉଚିତ୍ ।
ମନି ପ୍ଳାଣ୍ଟ୍– ଏହା ପାଣି ଓ ମାଟ ୨ଟି ଉପଦାନରେ ବଢିଥାଏ । ଗଛଟି ଅନ୍ଧାର ସ୍ଥାନରେ ବଢିବାର ମଧ୍ୟ କ୍ଷମତା ରହିଛି ।
ସ୍ନେକ୍ ପ୍ଲାଣ୍ଟ୍ – ଏହି ଗଛଟି କମ୍ ଖରା, କମ୍ ପାଣିରେ ଆରାମ୍ରେ ବଢିଥାଏ । ଅଫିସ୍ର ଘରର ଏକ କୋଣରେ ରୋପଣ କରାଯାଇ ପାରିବ ।