ଇନ୍ଦୋର: ହନିମୁନ ପାଇଁ ଯାଇଥିବା ବେଳେ ମେଘାଳୟରେ ନିଖୋଜ ନବବିବାହିତା। ମଧ୍ୟପ୍ରଦେଶର ଇନ୍ଦୋରର ୨୭ ବର୍ଷୀୟ ରାଜା ରଘୁବଂଶୀ ଏବଂ ତାଙ୍କ ପତ୍ନୀ ସୋନମଙ୍କ ବାହାଘର ମେ ୧୧ ରେ ହୋଇଥିଲା।
ସେମାନେ ତାଙ୍କର ହନିମୁନ ମନେଇବା ପାଇଁ ମେଘାଳୟର ପର୍ଯ୍ୟଟନସ୍ଥଳ ସୋହରାକୁ (ଚେରାପୁଞ୍ଜି) ଯାଇଥିଲେ। ଯାହାପରେ ଦୁହେଁ ସେଠାରୁ ନିଖୋଜ ହୋଇଥିଲ ବେଳେ ବର୍ତ୍ତମାନ୍ ସୁଦ୍ଧା ସେମାନଙ୍କର କୌଣସି ଖୋଜ ଖବର ମିଳିପାରିନାହିଁ। ମେଘାଳୟ ପୋଲିସ, ଉଦ୍ଧାରକାରୀ ଦଳ ଏବଂ ଗ୍ରାମବାସୀ ମାନେ ନିଖୋଜ ଦମ୍ପତିଙ୍କୁ ଖୋଜିବା ପାଇଁ ବ୍ୟାପକ ସନ୍ଧାନ ଚଳାଇଛନ୍ତି। ତେବେ ଏହି ଦମ୍ପତି ମେ ୨୪ରୁ ନିଖୋଜ ଥିବା ଜଣାପଡ଼ିଛି।
ଏହି ଦମ୍ପତି ସ୍ଥାନୀୟ ଅଞ୍ଚଳ ବୁଲିବା ପାଇଁ ମେ ୨୨ ତାରିଖରେ କିଟିଂ ରୋଡର ସାଗର ସେନ ସାମଲଙ୍କଠାରୁ ଏକ ଦୁଇ ଚକିଆ ଗାଡ଼ି ଭଡ଼ାରେ ନେଇ ସୋହରା ଅଭିମୁଖେ ଯାତ୍ରା କରିଥିଲେ। ଚାରିଦିନ ପାରେ ଗାଡ଼ି ଫେରାଇ ଦେବାପାଇଁ ମଧ୍ୟ କହିଥିଲେ।କିନ୍ତୁ ୨୩ ତାରିଖରେ ଗାଁ ଲୋକେ ଗୋଲ୍ଡେନ୍ ପାଇନ୍ସ ଢାବା ନିକଟରେ ସୋହରାରିମରେ ସେମାନଙ୍କ ସ୍କୁଟରକୁ ଦେଖିଥିଲେ ଯେଉଁଥିରେ ଚାବି ମଧ୍ୟ ଲାଗିଥିଲା।
ଗ୍ରାମବାସୀମାନେ ତୁରନ୍ତ ଏହି ଘଟଣା ସଂପର୍କରେ ସୋହରାରିମର ଗ୍ରାମ ପ୍ରଧାନଙ୍କୁ ଓ ପୋଲିସକୁ ଜଣାଇଥିଲେ। ଏହି ଘଟଣାକୁ ନେଇ ସୋହରାରିମ ଗ୍ରାମ ସମ୍ପାଦକ ପାୟାଡୋନବୋର ଖାରପୁରୀ କହିଛନ୍ତି ଯେ ଗାଁ ଲୋକମାନେ ଦମ୍ପତିଙ୍କୁ ଖୋଜିବା ପାଇଁ ସନ୍ଧାନ ଏବଂ ଉଦ୍ଧାର ଦଳକୁ ସାହାଯ୍ୟ କରୁଛନ୍ତି।
ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ଦମ୍ପତି ମାୱଲାଖାଇତ ଗାଁକୁ ଯାଇଥିଲେ ଏବଂ ତା’ପରେ ମେ ୨୨ ତାରିଖରେ ଜଣେ ସ୍ଥାନୀୟ ଗାଇଡଙ୍କ ସହ ନୋଙ୍ଗରିଆତ ଗାଁର ଡବଲ-ଡେକର ସେତୁକୁ ମଧ୍ୟ ଯାଇଥିଲେ। ସେମାନଙ୍କ ମୋବାଇଲ ଫୋନର ଲାଷ୍ଟ ଲୋକେସନ୍ ରୁ ଜଣା ପଡ଼ିଛି ଯେ ସେମାନେ ମାୱଲାଖାଇତ ଗାଁରେ ଥିଲେ ଏବଂ ସେହିଠାରୁ ସେମାନେ ନିଖୋଜ ହୋଇଛନ୍ତି। ତେବେ ଉଭୟ ଙ୍କ ଫୋନ ବର୍ତ୍ତମାନ୍ ମଧ୍ୟ ବନ୍ଦ ରହିଛି।
Comments are closed.