Latest Odisha News

BREAKING NEWS

ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ

କଟକ: ଶିଳ୍ପପତି ମହିମା ମିଶ୍ରଙ୍କୁ ଗୁରୁବାର ସର୍ତ୍ତମୂଳକ ଜାମିନ ପ୍ରଦାନ କରୁଛନ୍ତି ହାଇକୋର୍ଟର । ପାରାଦୀପର ସିୱେଜ ସିପିଂ କମ୍ପାନିର ମହାପ୍ରବନ୍ଧକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ରଙ୍କୁ ୨୦୧୬ ଅକ୍ଟୋବର ୨୬ରେ ବ୍ୟାଙ୍କକ୍‌ରୁ ଗିରଫ କରାଯାଇଥିଲା।

ଏହି ହତ୍ୟା ମାମଲାରେ ପୂର୍ବରୁ ହାଇକୋର୍ଟ ମହିମାଙ୍କୁ ଜାମିନ୍‌ ପ୍ରଦାନ କରିଥିଲେ ସୁଦ୍ଧା ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ଖାରଜ ପରେ ପୁଣି ଜାମିନ୍‌ ପାଇଁ ମହିମା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୂଚନାଯୋଗ୍ୟ, ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ମହିମା ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟ ୨୦୧୭ ମେ’ ୧୬ରେ ଜାମିନ ମଞ୍ଜୁର କରିଥିଲେ। ମହିମା ମିଶ୍ରଙ୍କ ଜାମିନକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । କିନ୍ତୁ ସେପ୍ଟେମ୍ବର ୧୮ରେ ସୁପ୍ରିମକୋର୍ଟ ମହିମାଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ନେବାପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଆଜି ତାଙ୍କୁ ପୁଣିଥରେ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ମହିମାଙ୍କୁ ଦୁଇଥର ଜାମିନ୍‌ ମିଳି ସାରିଛି।

Comments are closed.