ଭୁବନେଶ୍ବର : ଫାଲକନ୍ ଗ୍ରୁପ୍ ଅଫ୍ କମ୍ପାନୀ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ ଅସୁସ୍ଥ । ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି । ସେ ଏବେ ଆଇସିୟୁରେ ଭେଣ୍ଟିଲେଟର ସହାୟତାରେ ଚିକିତ୍ସିତ ହେଉଛନ୍ତି । ଘରୋଇ ହସପିଟାଲ ହୃଦରୋଗ ବିଭାଗର ବରିଷ୍ଠ ଚିକିତ୍ସକ ଡାକ୍ତର ବ୍ରଜ ଦାସ ଚିକିତ୍ସା କରୁଥିବା ବେଳେ, ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।
ହସପିଟାଲ ପକ୍ଷରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାରା ରଞ୍ଜନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ତେବେ ଚିକିତ୍ସା କରୁଥିବା ଡାକ୍ତରଙ୍କ ତ୍ବରିତ ପଦକ୍ଷେପ ଓ ଚିକିତ୍ସା ପଦ୍ଧତିକୁ ପ୍ରଶଂସା କରିଛନ୍ତି ତାରାରଞ୍ଜନଙ୍କ ପୁଅ ପାର୍ଥଜିତ୍ । ଏହାସହ ବାପାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
Comments are closed.