Latest Odisha News

BREAKING NEWS

ମହଙ୍ଗା ମାଡ; ଶସ୍ତା ବ୍ରେଡ୍‌ ପାଇଁ ଲମ୍ବା ଧାଡି

ନୂଆଦିଲ୍ଲୀ: ଶସ୍ତା ବ୍ରେଡ୍‌ ପାଇଁ ଲାଗିଛି ଲମ୍ବା ଲାଇନ୍‌। ତୁର୍କୀରେ ରେକର୍ଡ ଭାଙ୍ଗୁଥିବା ମୁଦ୍ରାସ୍ଫୀତି ହେତୁ ଶସ୍ତା ବ୍ରେଡ୍‌ କିଣିବା ପାଇଁ ସବୁ ସ୍ଥାନରେ ଲମ୍ବା ଧାଡି ଦେଖିବ‌ାକୁ ମିଳିଛି। ତୁର୍କୀର ରାଷ୍ଟ୍ରପତିଙ୍କ ଆର୍ଥିକ ନୀତି ଯୋଗୁଁ ଦେଶରେ ମୁଦ୍ରାସ୍ଫୀତି ଯଥେଷ୍ଟ ବୃଦ୍ଧି ପାଇଛି।

ତୁର୍କୀ ମୁଦ୍ରାରେ ମଧ୍ୟ ଏକ ଐତିହାସିକ ପତନ ଘଟିଛି। ସୋମବାର ମଧ୍ୟ ଲୀରା ଡଲାର ତୁଳନାରେ ସାତ ପ୍ରତିଶତ ହ୍ରାସ ପାଇଛି। ସମ୍ପ୍ରତି ଗୋଟିଏ ଡଲାରର ମୂଲ୍ୟ ୧୪.୨୦ ଲୀରା ରହିଛି। ବିଗତ ବର୍ଷରେ ଡଲାର ତୁଳନାରେ ଲୀରା ୪୮ ପ୍ରତିଶତ ହ୍ରାସ ପାଇଛି। ଏହା ଦେଶରେ ମୁଦ୍ରାସ୍ଫୀତିକୁ ଯଥେଷ୍ଟ ବୃଦ୍ଧି କରିଛି। ଯେଉଁଥିପାଇଁ ଲୋକମାନେ ବଡ଼ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଛନ୍ତି।

ଏହା ସହିତ ତୁର୍କୀରେ ବିଦେଶୀ ପୁଞ୍ଜି ବିନିଯୋଗ ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି। ତୁର୍କୀର ଜାତୀୟ ମୁଦ୍ରା, ଲୀରା, ଡଲାର ତୁଳନାରେ ଏହି ବ୍ୟାପକ ହ୍ରାସ ହେବାର ଏକ ମୁଖ୍ୟ କାରଣ ହେଉଛି ତୁର୍କୀର ଅର୍ଥନୈତିକ ଅଭିବୃଦ୍ଧିକୁ ବଢାଇବା ପାଇଁ ସୁଧ ହାରକୁ କମ୍ ରଖିବା ପାଇଁ ରାଷ୍ଟ୍ରପତିଙ୍କ ଅସାଧାରଣ ଅର୍ଥନୈତିକ ନୀତି।

Leave A Reply

Your email address will not be published.