Latest Odisha News

BREAKING NEWS

ଆଶ୍ୱସ୍ତିକର ଖବର: ହୀରାକୁଦକୁ କମୁଛି ବନ୍ୟା ଜଳ ପ୍ରବେଶ

ଭୁବନେଶ୍ୱର: ଛତିଶଗଡ଼ରେ ପ୍ରବଳ ବର୍ଷା ଓ ଭୀଷଣ ବନ୍ୟା ପରିସ୍ଥିତି ପରେ ମହାନଦୀରେ ବଡ଼ ବିପତ୍ତି ଆସିଛି । ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା କରାଯାଇଥିଲା । ହୀରାକୁଦର ୪୬ଟି ଗେଟ୍ ଖୋଲାଥିବା ବେଳେ ଏବେ ଆଶ୍ୱସ୍ତିକର ଖବର ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ହୀରାକୁଦକୁ ମହାନଦୀର ବନ୍ୟା ଜଳ ପ୍ରବେଶ କରିବା କମିଛି ।

ଏସଆରସି ପ୍ରଦୀପ ଜେନା କହିଛନ୍ତି, ଆଜି ଭୋର୍ ୪ଟା ବେଳକୁ ହୀରାକୁଦ ଜଳଭଣ୍ଡାରକୁ କମିଛି ପାଣି ପ୍ରବେଶ । ଆଗକୁ ଏହା ଅଧିକ ହ୍ରାସ ପାଇବା ସମ୍ଭାବନା ରହିଛି ।

ମୁଣ୍ଡୁଳୀରେ ସର୍ବାଧିକ ୧୦ ଲକ୍ଷ କ୍ୟୁସେକ୍ ବନ୍ୟା ପାଣି ପ୍ରବାହିତ ହେବ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କାଲି ଅପରାହ୍ଣ ଯାଏଁ ମୁଣ୍ଡୁଳିରେ ଏହି ସ୍ଥିତି ଜାରି ରହିପାରେ ।

Leave A Reply

Your email address will not be published.