ଭୁବନେଶ୍ୱର:ରାଜଧାନୀରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ଓଟିଭିର ଏମଡି ଜାଗିମଙ୍ଗତ ପଣ୍ଡା । ମହିଳା କମିଶନଙ୍କ ପକ୍ଷରୁ ହୋଇଥିବା ନୋଟିସ ଆଧାରରେ ବ୍ୟକ୍ତିଗତ ଭାବେ ଶ୍ରୀମତୀ ପଣ୍ଡା ହାଜର ହୋଇଛନ୍ତି । ପୀଡିତା ନାବାଳିକା ମାଙ୍କ ପକ୍ଷରୁ ହୋଇଥିବା ଲିଖିତ ଅଭିଯୋଗ ଓ ଦାଖଲ କରାଯାଇଥିବା ଅଡିଓ କ୍ଲିପ ଆଧାରରେ ଏହି ନୋଟିସ କରାଯାଇଥିଲା ।
ହାଜର ପରେ ଜାଗିମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି ହୋଇଛି । ଏଥିରେ ଘଟଣାର ପଙ୍ଖାନୁପୁଙ୍ଗ ତଦନ୍ତ ପାଇଁ ଦାବି କରାଯାଇଛି। ଦୋଷ ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପ୍ରେସ ରିଲିଜରେ କୁହାଯାଇଛି ।
ଲକଡାଉନ ସମୟରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଗଷ୍ଟ ୩୦ ତାରିଖରେ ପୀଡିତାଙ୍କ ମା ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା । ଓଟିଭିର ଦୁଇଜଣ କର୍ମଚାରୀ, ୨ ଜଣ ସୁରକ୍ଷା କର୍ମୀ ଓ ୩ଜଣ ପୁଲିସ ଏଥିରେ ସଂପୃକ୍ତ ରହିଥିବା ଅଭିଯୋଗ ହୋଇଥିଲା । ପୁଲିସ ମାମଲାର ତଦନ୍ତ କରୁଛି । ମାମଲାରେ ଓଟିଭିର କିଛି କର୍ମଚାରୀଙ୍କୁ ବି ଜେରା କରାଯାଇଛି ।
Comments are closed.