Latest Odisha News

BREAKING NEWS

ନୀତିଶ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଖେଳିବା ନେଇ ଏବେ ବି ରହିଛି ଅନିଶ୍ଚିତତା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି । ଦିିନିକିଆ ସିରିଜ ୧-୨ରେ ହାରିବା ପରେ ଏବେ ଟିମ ଇଣ୍ଡିଆ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି । ଭାରତର ଯୁବ ଅଲରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଟି୨୦ ସିରିଜରେ ଖେଳିବା ନେଇ ଏବେ ବି ଅନିଶ୍ଚିତତା ରହିଛି । ପ୍ରଥମ ୨ଟି ଦିନିକିଆ ମ୍ୟାଚ ଖେଳିବା ପରେ ନୀତିଶ ଶେଷ ମୁକାବିଲାରେ ଖେଳି ନ ଥିଲେ । ତାଙ୍କ ଜଙ୍ଘରେ ଆଘାତ ଲାଗିଛି । ସେ ଏବେ ବି ସମ୍ପୂର୍ଣ୍ଣ ଭାବେ ଫିଟ ହୋଇ ନାହାନ୍ତି । ଟି୨୦ ସିରିଜ ଆରମ୍ଭ ହେବା ପୂର୍ବରୁ ଫିଟ ହୋଇ ଯାଇଥିବା ଅନୁମାନ କରାଯାଉଛି ।

ଯଦି ସେ ଫିଟ ନ ହେବେ ତେବେ ଟିମ ଇଣ୍ଡିଆ ନିକଟରେ ଅଲରାଉଣ୍ଡର ସମସ୍ୟା ଦେଖା ଦେବ । ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟା ଯୋଗୁ ସିରିଜରୁ ଓହରି ଯାଇଛନ୍ତି । ସେହିପରି ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାର ମଧ୍ୟ ଆଘାତପ୍ରାପ୍ତ ହୋଇଛନ୍ତିି । ସେ ଏବେ ସିଡନୀ ଡାକ୍ତରଖାନାରେ ଚିକିିିତ୍ସିତ ହେଉଛନ୍ତି । ସିଡନୀ ଦିିନିକିଆ ଅବସରରେ ସେ ଆଘାତପ୍ରାପ୍ତ ହୋଇଥିଲେ । ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ ୩ ସପ୍ତାହ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ନୀତିଶ ଟି୨୦ ସିରିଜରେ ଖେଳିବେ କି ନାହିଁ ଖୁବ ଶୀଘ୍ର ସ୍ପଷ୍ଟ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି ।

Comments are closed.