Latest Odisha News

ଆଇଏନଏସ ବ୍ରହ୍ମପୁତ୍ରରେ ଲାଗିଲା ନିଆଁ

ନୂଆଦିଲ୍ଲୀ: ମୁମ୍ବାଇର ନୌସେନା ଡକ୍ୱାର୍ଡରେ ମରାମତି ଚାଲିଥିବା ଏକ ଭାରତୀୟ ନୌସେନା ଯୁଦ୍ଧ ଜାହାଜରେ ନିଆଁ ଲାଗିଯାଇଛି। ଏହି ଘଟଣାରେ ଜଣେ ଜୁନିଅର ନାବିକ ନିଖୋଜ ଅଛନ୍ତି ଏବଂ ଉଦ୍ଧାରକାରୀ ଦଳ ତାଙ୍କୁ ଖୋଜୁଥିବା ନେଇ ସେନା ପକ୍ଷରୁ ସୂଚନା ମିଳିଛି।

ଆଜି ସକାଳେ ଜାହାଜର କ୍ରୁ ସଦସ୍ୟ ଓ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଛନ୍ତି। ନିଆଁ ଆୟତ୍ତ ହେବା ପରେ ଯାଞ୍ଚ ଓ ଅନ୍ୟାନ୍ୟ କାମ କରାଯାଇଛି। ଜଣେ ଜୁନିଅର ନାବିକଙ୍କ ଛାଡିଦେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି।

ଖବର ଅନୁଯାୟୀ, ଜୁଲାଇ ୨୧ତାରିଖ ସନ୍ଧ୍ୟାରେ ଏନଡି (ଏମବିଆଇ)ରେ ମରାମତି ଚାଲିଥିବା ବେଳେ ଭାରତୀୟ ନୌସେନାର ମଲ୍ଟି ରୋଲ୍ ଫ୍ରିଗେଟ୍ ବ୍ରହ୍ମପୁତ୍ରରେ ନିଆଁ ଲାଗିଯାଇଥିଲା।

ଏହି ଦୁର୍ଘଟଣାର ଅନୁସନ୍ଧାନ ପାଇଁ ଭାରତୀୟ ନୌସେନା ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ନୌସେନା ପକ୍ଷରୁ କୁହାଯାଇଛି।

 

Comments are closed.