Latest Odisha News

BREAKING NEWS

ବାତ୍ୟା ପ୍ରଭାବିତ ବାଲେଶ୍ୱରରେ INS ଚିଲିକା ପକ୍ଷରୁ ରିଲଫ୍ ବଣ୍ଟନ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ କ୍ଷତିଗ୍ରସ୍ତ ଅଞ୍ଚଳରେ ଆଇଏନଏସ୍ ଚିଲିକା ପକ୍ଷରୁ ଉଦ୍ଧାର କାର୍ଯ୍ୟ ସହ ରିଲିଫ୍ ବଣ୍ଟନ କରାଯାଇଛି । ବାଲେଶ୍ୱରରେ ବାତ୍ୟାର କ୍ଷୟକ୍ଷତି ବୁଲି ଦେଖିଛନ୍ତି ଓଡ଼ିଶା ଦାୟିତ୍ୱରେ ଥିବା ନୌସେନା ଅଧିକାରୀ । ବାଲେଶ୍ୱର ଜିଲ୍ଲାପାଳଙ୍କ ସହ ପ୍ରଭାବିତ ଅଞ୍ଚଳରେ ଆଇଏନଏସ୍ ଚିଲିକା ପକ୍ଷରୁ ରିଲିଫ୍ ଯୋଗାଇ ଦିଆଯାଇଛି । ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ମେଡିକାଲ୍ ଟିମ୍ ବି ରଖାଯାଇଛି ।

ଟିମ୍ ବାତ୍ୟା ପ୍ରଭାବିତ ଚାନ୍ଦିପୁର ଅଞ୍ଚଳରେ ବିଭିନ୍ନ ପ୍ରକାରର ୨୦୦ ରିଲିଫ୍ ସାମଗ୍ରୀ ବଣ୍ଟନ କରିଛନ୍ତି । ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ଆସନ୍ତାକାଲି ମଧ୍ୟ ଟିମ୍ ଉତ୍ତର ବାଲେଶ୍ୱରରେ ରିଲିଫ୍ ଯୋଗାଇବ । ହଜାରେ ଲୋକଙ୍କ ପାଇଁ ଆଇଏନଏସ୍ ଚିଲିକା ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି ।

ଭଦ୍ରକ ଜିଲ୍ଲାରେ ବାତ୍ୟା ପ୍ରଭାବିତ ଲୋକଙ୍କୁ ରିଲିଫ୍ ଯୋଗାଇଦେବା ପାଇଁ ଆଜି ୪ଟି ନୌସେନା ଜାହାଜ ଧାମରା ବନ୍ଦରରେ ପହଞ୍ଚିବ । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଓଡ଼ିଶା ନୌସେନା ଅଧିକାରୀଙ୍କ କାର୍ଯ୍ୟାଳୟରୁ ରାଜ୍ୟ ସରକାରଙ୍କ ସହ ସମ୍ପର୍କ ରଖି ନିୟନ୍ତ୍ରିତ କରାଯାଉଛି ।

Leave A Reply

Your email address will not be published.