Latest Odisha News

BREAKING NEWS

ଶ୍ରୀମନ୍ଦିର ଭିତର ବେଢ଼ାର ଫଟୋ ପୁଣି ସୋସିଆଲ୍‌ ମିଡିଆରେ ଭାଇରାଲ୍

ପୁରୀ: ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି । ଇନ୍‌ଷ୍ଟାଗ୍ରାମ୍‌ରେ ଇଣ୍ଡିଆନ୍‌ ଟେମ୍ପୁଲସ ୟୁଜର ଆଇଡିରେ ଶ୍ରୀମନ୍ଦିର ଭିତର ଫଟୋ ଛଡ଼ାଯାଇଛି । ଦକ୍ଷିଣ ଦ୍ୱାର ଗୁମୁଟ ନିକଟ ସମ୍ପାତ୍ତି ମନ୍ଦିର ଆଗରେ ଉଠାଯାଇଛି ଏହି ଫଟୋ । ଗତ ଦୁଇ ତାରିଖରେ ଏହି ଫଟୋ ପୋଷ୍ଟ ହୋଇଛ ।

ପୁଣି ଥରେ ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ପ୍ରଶ୍ନ ଉଛୁଛି କଡ଼ା ଯାଞ୍ଚ ସତ୍ତ୍ୱେ କିଏ ଓ କେମିତି ମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ନେଲେ । ଏହି ଫଟୋ କିଏ ଉଠାଇଛି । ସୋସିଆଲ୍ ମିଡିଆରେ ଫଟୋ ଅପଲୋଡ କରିଥିବା ବ୍ୟକ୍ତି କିମ୍ୱା ସଂସ୍ଥା କିଏ ?

Leave A Reply

Your email address will not be published.