Latest Odisha News

ସମୁଦ୍ର ସେତୁ ଅଭିଯାନ: ଶ୍ରୀଲଙ୍କାରୁ ତାମିଲନାଡୁ ଫେରୁଛନ୍ତି ୭୦୦ ଭାରତୀୟ

ନୂଆଦିଲ୍ଲୀ: ବିଦେଶରେ ରହିଥିବା ପ୍ରବାସୀ ଭାରତୀୟଙ୍କୁ ସ୍ଵଦେଶ ଆଣିବା ପାଇଁ ଭାରତୀୟ ନୌସେନା ଆରମ୍ଭ କରିଛି ସମୁଦ୍ର ସେତୁ ଅଭିଯାନର ଆଗାମୀ ପର୍ଯ୍ୟାୟ ।

ଏହି ପର୍ଯ୍ୟାୟରେ ନୌସେନା ଜାହାଜ ଆଇଏନଏସ ଜଳଶ୍ଵ ଶ୍ରୀଲଙ୍କାର କଲମ୍ବୋରୁ ତାମିଲନାଡ଼ୁର ତୁତିକୋରିନକୁ ୭୦୦ ପ୍ରବାସୀଙ୍କୁ ଧରି ଫେରୁଥୁବା ସୂଚନା ।

ତୁତିକୋରିନରେ ଓଲ୍ହାଇବା ପରେ ସେଠାରୁ ଆସିଥିବା ବ୍ୟକ୍ତିମାନଙ୍କୁ ରାଜ୍ୟ ସରକାରଙ୍କ ମାଲିକାନାରେ ଛଡାଯିବା ନେଇ କେନ୍ଦ୍ର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ବୈଦେଶିକ ବ୍ୟାପାର, ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସମେତ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାଗୁଡିକର ସମନ୍ଵୟରେ ଏହି ଉଦ୍ଧାର କାର୍ଯ୍ୟ କରାଯାଉଛି ।

ଏହାପରେ ମାଳଦୀପର ମାଲେରୁ ଆଉ ୭୦୦ ଭାରତୀୟଙ୍କୁ ତୁତିକୋରିନକୁ ଅଣାଯିବ। ପୂର୍ବ ପର୍ଯ୍ୟାୟ ଅଭିଯାନରେ ଭାରତୀୟ ନୌସେନା ଦ୍ୱାରା ୧୪୮୮ ଭାରତୀୟଙ୍କୁ ମାଲେରୁ କୋଚି ଅଣାଯାଇଥିଲା।

Comments are closed.