ନୂଆଦିଲ୍ଲୀ: ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ଯୁବବର୍ଗଙ୍କ ମଧ୍ୟରେ ଭିଡିଓ ଓ ଫଟୋ ସେୟାରିଂ ଆପ୍ ଇନଷ୍ଟାଗ୍ରାମ ବେଶ୍ ଚର୍ଚ୍ଚିତ। ତେବେ ଆଜିର ଯୁଗ ହେଉଛି ଇନଫ୍ଲୁଏନ୍ସର ଯୁଗ। ଲୋକମାନେ କୌଣସି ଔପଚାରିକତାକୁ ନ ଯାଇ ରିଲ ତିଆରି କରି ଟଙ୍କା ରୋଜଗାର କରିବାରେ ଅଧିକ ଧ୍ୟାନ ଦିଅନ୍ତି। କିନ୍ତୁ ଏହାରି ଭିତରେ ନିଜକୁ ସତର୍କ ରହିବାର ଆବଶ୍ୟକତା ମଧ୍ୟ ରହିଛି। ଆଜିକାଲି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଉଭୟ ଟଙ୍କା ରୋଜଗାର କରୁଥିବା ମେସେଜ ଏବଂ ସ୍କାମରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଉପଭୋକ୍ତାମାନଙ୍କୁ କିଛି ବାହାନା କିମ୍ବା ଅନ୍ୟ ଅର୍ଥରେ ଟଙ୍କା ରୋଜଗାର କରିବାକୁ ପ୍ରସ୍ତାବ ଦିଆଯାଉଛି। ଏଥିପାଇଁ ଆପଣଙ୍କୁ ଆପଣଙ୍କର ଗୁଗୁଲ୍ ପେ / ପେଟିଏମ୍ / ଫୋନ୍ ପେ ସ୍କାନର୍ (QR କୋଡ୍) କିମ୍ବା ଆକାଉଣ୍ଟ୍ ନମ୍ବର ପାଇଁ ପଚରନ୍ତି ଏବଂ ନିମିଷକ ମଧ୍ୟରେ ଆକାଉଣ୍ଟ ଖାଲି କରିଦିଅନ୍ତି।
ଏହି ସବୁ ସ୍କାମରୁ ବଞ୍ଚିବାକୁ ହେଲେ ଆପଣଙ୍କୁ ସାମାନ୍ୟ ନିଜ ମୁଣ୍ଡ ଖର୍ଚ୍ଚ କରିବାକୁ ପଡିବ। ତେବେ ଯାଇ ଆପଣ ଏପରି ଠକାମିରୁ ଏଡାଯାଇପାରିବେ। ଆପଣ ହୁଏତ ଭାବୁଥିବେ ଯେ ଏଭଳି ଘଟଣା ମଧ୍ୟରେ ଆପଣ କିପରି ସୋସିଆଲ ମିଡିଆରୁ ଟଙ୍କା ରୋଜଗାର କରିପାରିବେ ? ବାସ୍ତବରେ, ଯଦି ଅଫର୍ ଦେଉଥିବା ଆକାଉଣ୍ଟକୁ ଯାଞ୍ଚ କରାଯାଏ ତେବେ ପ୍ରକୃତ ଏବଂ ନକଲି ମଧ୍ୟରେ ପାର୍ଥକ୍ୟ ସହଜରେ ଚିହ୍ନଟ ହୋଇପାରିବ। ତେବେ ଆପଣ କିପରି ଜାଣିବେ ଆପଣଙ୍କ ଦେଉଥିବା ଅଫର୍ ଆକାଉଣ୍ଟଟି ଅସଲି ନା ନକଲି ଆସନ୍ତୁ ଜାଣିବା।
ସର୍ବପ୍ରଥମେ, ଆପଣ ଇନଷ୍ଟାଗ୍ରାମ ଆକାଉଣ୍ଟର ପ୍ରୋଫାଇଲକୁ ଯାଇ ଆପଣଙ୍କୁ ଯେଉଁ ଆକାଉଣ୍ଟରୁ ମେସେଜ ଆସିଛି ତାର ପ୍ରୋଫାଇଲ ଚେକ୍ କରନ୍ତୁ। ଏହା ପରେ, ପ୍ରୋଫାଇଲରୁ ପୋଷ୍ଟଗୁଡିକ ଖୋଲି ଲୋକଙ୍କ ମନ୍ତବ୍ୟ ପଢନ୍ତୁ। ଯେଉଁଥିରେ ଅନେକ ଭିନ୍ନ ଜିନିଷ ଲେଖାଯାଇଥାଏ। ଅନେକ ଉପଭୋକ୍ତା ମନ୍ତବ୍ୟରେ ସତ କିମ୍ବା ମିଛ ସେହି କମେଣ୍ଟରେ ଉଲ୍ଲେଖ କରିଥିବେ। ଏପରି କି ଆପଙ୍କୁ ଅଫର ଦେଉଥିବା କମ୍ପାନୀଟି ପ୍ରକୃତରେ ଅଛି ନା ନାହିଁ ତାହା ମଧ୍ୟ ଜଣାପଡିଯିବ। ଯଦି ଭବିଷ୍ୟତରେ ସ୍କାମରମାନେ ଆପଣଙ୍କୁ ଏପରି ମେସେଜ ଜରିଆରେ ଟାର୍ଗେଟ କରିବାକୁ ଚାହାଁନ୍ତି, ତେବେ ଏପରି ଉପାୟ ଅବଲମ୍ବନ କରନ୍ତୁ। ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଅଜ୍ଞାତ ବ୍ୟକ୍ତିଙ୍କଠାରୁ ପ୍ରାପ୍ତ ମେସେଜ ପାଇଁ ଏହି ପଦ୍ଧତି ମଧ୍ୟ ଉପଯୋଗୀ ହେବ।
Comments are closed.